ଆଦର୍ଶ ବିଦ୍ୟାଳୟ ଖୋଲିବା ନିମନ୍ତେ ଅଭିଭାବକ ଓ ଶିକ୍ଷକ ବୈଠକ
ଗଣିଆ ୧୬/୦୬(ମଣିଭଦ୍ରା ଖବର) ଗଣିଆ ଆଦର୍ଶ ବିଦ୍ୟାଳୟ ଖୋଲିବା ନିମନ୍ତେ ସ୍ଥାନୀୟ ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ଆଡକଟା ପରିସରରେ ଅଭିଭାବକ ଏବଂ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଶିକ୍ଷା ଅଧିକାରୀ ରାଜ କିଶୋର ମହାରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ବୈଠକରେ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇ ଥିବା ପ୍ରାୟ ୮୦ ଜଣ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ଯୋଗ ଦେଇଥିଲେ । ୧୭ ତାରିଖରେ ବିଦ୍ୟାଳୟ ଖୋଲୁଥିବା ରୁ ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ,ନିରାପଦ ଯାତାୟାତ,ମଧ୍ୟ୍ୟାହ୍ନଭୋଜନ ପରିବେଷଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଯେହେତୁ ଉକ୍ତ ଶିକ୍ଷାନୁଷ୍ଠାନ କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ତେଣୁ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ଇଂରାଜୀ ଭାଷାକୁ ଭୟ ନକରି ପାଠ ପଢା ଉପରେ ଗୁରୁତ୍ବ ଦେବାକୁ ଶିକ୍ଷକ ମାନେ ମତ ଦେଇଥିଲେ ।
ଉକ୍ତ ସଭାରେ ପୂର୍ବତନ ସାଧନ ସଂଯୋଜକ ପ୍ରମୋଦ କୁମାର ରାଉତ ଯୋଗ ଦେଇ ଆଦର୍ଶ ବିଦ୍ୟାଳୟରେ ପାଠ ପଢାଇଲେ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଜଣାଇଥିଲେ । ବିଦ୍ୟାଳୟ ସଂଯୋଜକ ବାମନ ଚରଣ ବାର୍ଷିକୀ ସଭା ପରିଚାଳନା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କର ପ୍ରଥମ ବିଦ୍ୟାଳୟ ପ୍ରବେଶରେ ପ୍ରବେଶ ଉତ୍ସବ ପାଳନ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ କରିବା ପାଇଁ ସ୍ଥିର କରାଯାଇଥିଲା । ସୂଚନାଯୋଗ୍ୟ ଯେ ଗଣିଆରେ ଚଳିତ ବର୍ଷ ଠାରୁ ପ୍ରଥମ ଥର ପାଇଁ ଆଦର୍ଶ ବିଦ୍ୟାଳୟରେ ପାଠ ପଢା ଆରମ୍ଭ ହେବ ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق