BREAKING
Loading...
:

ଯୁଗ୍ମ ସଚିବ ଙ୍କ ବିଭିନ୍ନ ଅଂଚଳ ପରିଦର୍ଶନ

 ଯୁଗ୍ମ ସଚିବ ଙ୍କ ବିଭିନ୍ନ ଅଂଚଳ ପରିଦର୍ଶନ 

 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଯୁଗ୍ମ ସଚିବ ଶ୍ରୀମତି ଏଲୋରା ସାମଲ ବୌଦ୍ଧ ର ପାଲଝାର ବାଲିଘାଟ, ଦାମୋଦରପୁର ପଥର ଖଣି, କଣ୍ଟାମାଲ ତହସିଲ କାର୍ଯ୍ୟାଳୟ,ସବ -ରେଜିଷ୍ଟାର କାର୍ଯ୍ୟାଳୟ , କିର୍ଲା ବାଲି ଘାଟ, ବୌଦ୍ଧ ତହସିଲ ଏବଂ ଜ଼ିଲ୍ଲା ରେଜିଷ୍ଟl ର କାର୍ଯ୍ୟାଳୟ ପରିଦର୍ଶନ କରି ସମୀକ୍ଷା କରିଥିଲେ l ଏହି ଗସ୍ତ ସମୟ ରେ    ତାଙ୍କ ସହିତ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା, ଉପ -ଜ଼ିଲ୍ଲାପାଳ ସନତ କୁମାର ନାୟକ, ବି. ଡ଼ି. ଓ. ଦେବୀ ପ୍ରସାଦ ଦାଶ, ତହସିଲଦାର କଣ୍ଟାମାଲ ଧନଞ୍ଜୟ ସାହୁ, ସୁପର ଭାଇଜର ସର୍ବେଶ୍ୱର ମୁଦୁଲି, ସୌଭାଗ୍ୟ ରଞ୍ଜନ ସାହୁ, ଶରତ କୁମାର ମେହେର, ସଂଜୀବ କୁମାର ଗୁରାଣ୍ଡି,,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ରୀତାକାନ୍ତି ବଳିୟାର ସିଂହ ଏବଂ କାର୍ଯ୍ୟାଳୟ ର କର୍ମକର୍ତ୍ତା ଉପସ୍ଥିତ ଥିଲେ l 

ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS