ବୌଦ୍ଧ ଜିଲ୍ଲା ର 488 ଟି ଗ୍ରାମ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡ଼ କୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜି ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ୱାରା ବୌଦ୍ଧ ବ୍ଲକ, ହରଭଙ୍ଗା ବ୍ଲକ,ଓ କଣ୍ଟାମାଳ ବ୍ଲକ ର 97 ଟି ଗ୍ରାମ ଓ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା ମୋଟ 17 ଟି ୱାର୍ଡ଼ କୁ ବାଲ୍ୟ ବିବାହ ମୁକ୍ତ ଭାବେ ଘୋଷଣା କରାଯାଇଛି l ଆଜି ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାରେ ସର୍ବ ମୋଟ 488 ଟି ଗ୍ରାମ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ର 15 ଟି ୱାର୍ଡ଼ କୁ ଜିଲ୍ଲାପାଳଙ୍କ ଦ୍ୱାରା ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି l ଅଧିକରୁ ଅଧିକ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବାକୁ ଜିଲ୍ଲାପାଳ ସମସ୍ତ ଜନସାଧାରଣ ଓ ଜିଲ୍ଲା ମହିଳା ଶିଶୁ ବିଭାଗ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଙ୍କୁ ପରାମର୍ଶ ଦେଇଛନ୍ତି l ଏଣିକି ଏହି ସମସ୍ତ ଗ୍ରାମ ଓ ବିଜ୍ଞାପିତ ଅଂଚଳରେ ଯଦି କେହି କୌଣସି 21 ବର୍ଷରୁ କମ ବାଳକ ଓ 18 ବର୍ଷରୁ କମ ବାଳିକା ମାନଙ୍କର ବିବାହ କରାଇବେ ସେଥିପାଇଁ ସେହି ବିବାହ ରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ବିଶେଷ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଘୋଷଣା କରାଯାଇଛି l ଆସନ୍ତାକାଲି (24.6.22) ବାଲ୍ୟ ବିବାହ ନିଷେଧ ସଚେତନତା ରଥ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକ ର ବାଲ୍ୟ ବିବାହ ପ୍ରବଣ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରିବ l ଏହି ସଚେତନତା କାର୍ଯ୍ୟକ୍ରମ ଚଳିତ ଜୁନ ମାସ 30 ତାରିଖ ପର୍ଯ୍ୟନ୍ତ ଚାଳିବ l ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି l
ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment