ବାଲ୍ୟ ବିବାହ ନିରାକରଣ ନିମନ୍ତେ ଟେଣ୍ଟ ହାଉସ ମାଳିକ,ପୂଜକ ଓ ବିଭିନ୍ନ ସମାଜ ନେତୃବୃନ୍ଦ ଙ୍କ ସହ ଜିଲ୍ଲାପାଳଙ୍କ ବୈଠକ l
ସୁବର୍ଣ୍ଣପୁର,,,, ମଣିଭଦ୍ରା ଖବର
ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲପାଳ ଙ୍କ ସଭା ଗୃହରେ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଜିଲ୍ଲାର ଟେଣ୍ଟ ହାଉସ ମାଳିକ,ପୂଜକ ଓ ବିଭିନ୍ନ ସମାଜ ନେତୃବୃନ୍ଦ ଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲପାଳ ଶ୍ରୀମତୀ ନରୱଣେ, ବୈଠକରେ ଉପସ୍ଥିତ ଜିଲ୍ଲାର ଟେଣ୍ଟ ହାଉସ ମାଳିକ,ପୂଜକ ଓ ବିଭିନ୍ନ ସମାଜ ନେତୃବୃନ୍ଦ ଙ୍କ ସହ ବିଶେଷ ଆଲୋଚନା କରି ଜିଲ୍ଲାରେ ବାଲ୍ୟ ବିବାହ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଆନ୍ତରିକ ସହଯୋଗ କାମନା କରିଛନ୍ତି l ପୂଜକ ଓ ଟେଣ୍ଟ ମାଳିକ ମାନେ ବିବାହରେ ସମ୍ପୃକ୍ତ ହେବା ପୂର୍ବରୁ ଝିଅ ଓ ପୁଅ ର ବୟସ କୁ ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି, ସେହିପରି ସମାଜ ନେତୃ ବୃନ୍ଦ ବିବାହ ସ୍ଥିର କରିବା ପୂର୍ବରୁ ପୁଅ ଝିଅ ର ସମସ୍ତ ବିବରଣୀ ଉପରେ ଜ୍ଞାତ ହେବା ସହିତ ବାଲ୍ୟ ବିବାହ କୁ ପ୍ରତିରୋଧ କରିବାକୁ ନିଜ ନିଜ ସ୍ତରରେ ବିଭିନ୍ନ ବୈଠକ ଅନୁଷ୍ଠିତ କରି ସଚେତନତା କରିବାକୁ ଅନୁରୋଧ କରାଯାଇଛି l ନିଜ ଗ୍ରାମ୍ୟ ତଥା ପଞ୍ଚାୟତ ସ୍ତରରେ ଗ୍ରାମ ର ବିବାହ କର୍ମ କର୍ମାଣି କରୁଥିବା ପଣ୍ଡିତ,ଟେଣ୍ଟ ହାଉସ ମାଳିକ, ସମାଜ ନେତା ତଥା ଅନ୍ୟ ସମ୍ପୃକ୍ତ ବ୍ୟକ୍ତି ବିଶେଷ ପ୍ରମୁଖ ଗ୍ରାମ୍ୟସ୍ତରରେ ଜନସାଧାରଣ ଙ୍କ ସହିତ ସଚେତନତା ବୈଠକ କରି ଏହି ମହତ କାର୍ଯ୍ୟରେ ଆନ୍ତରିକତାର ସହ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି l ସେମାନେ କୌଣସି ପ୍ରକାରେ ବାଲ୍ୟ ବିବାହରେ ସହଯୋଗ ନ କରିବା ତଥା ବାଲ୍ୟ ବିବାହ ସମ୍ୱନ୍ଧୀୟ ସୂଚନା କୁ ପ୍ରଶାସନ ନିକଟକୁ ସୂଚୀତ କରିବାରେ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି l ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦାନ କରି ବାଲ୍ୟ ବିବାହ ର ଆଇନଗତ ଦଣ୍ଡ ବିଧାନ ଉପରେ ଆଲୋକପାତ କରି ସମସ୍ତଙ୍କ ସହଯୋଗ ରେ ବାଲ୍ୟବିବାହ କୁ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରିବ ବୋଲି କହିବା ସହ ବାଲ୍ୟ ବିବାହ ର ନିରାକରଣରେ ସ୍ଥାନୀୟ ଅଂଚଳରେ ବିବାହ କର୍ମକର୍ମାଣିରେ ସମ୍ପୃକ୍ତ ରହୁଥିବା ବ୍ୟକ୍ତି, ଗୋଷ୍ଠୀ ତଥା ଅନୁଷ୍ଠାନ ଓ ଷ୍ଟେକ ହୋଲଡର ମାନଙ୍କ ବିଶେଷ ଭୂମିକା ଉପରେ ଆଲୋକପାତ କରିଥିଲେ l ସେ ଏହି ପରିପ୍ରେକ୍ଷୀରେ ବାଲ୍ୟ ବିବାହ ରେ ସମ୍ପୃକ୍ତି ଥିବା ସମସ୍ତ ଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇଛନ୍ତି l ବର୍ତ୍ତମାନ ଜିଲ୍ଲାରେ ବାଲ୍ୟ ବିବାହ କମୁଥିବା ବେଳେ କିଶୋରୀ ମାତୃତ୍ୱ ଏକ ଆହ୍ୱାନ ହୋଇଛି l କିଶୋରୀ ମାତୃତ୍ୱ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହେତୁ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଉପରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ କଡାଆଭିମୁଖ୍ୟ ଗ୍ରହଣ ପୂର୍ବକ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ସୂଚନା ପ୍ରଦାନ କରିଥିଲେ ପୁନଶ୍ଚ ଆଗାମୀ ଦିନରେ ଜିଲ୍ଲାରେ ଏହି ବାଲ୍ୟ ବିବାହ କୁ କଦାପି ପ୍ରଶୟ ଦିଆଯିବ ନାହିଁ ବୋଲି ସୂଚୀତ କରି ଏହି ପ୍ରସଙ୍ଗ କୁ ଗମ୍ଭୀରତାର ସହ ଗ୍ରହଣ କରିବାକୁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ଷ୍ଟେକ ହୋଲଡର ଓ ବିଭାଗୀୟ ଅଧିକାରୀ କୁ କଡା ଚେତାବନୀ ଦେଇଛନ୍ତି l ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଓ ନିଶି ପୁନମ ମିଞ୍ଜ,ଉପଜିଲ୍ଲାପାଳ, ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର , ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମଧୁ ସୁଦନ ପ୍ରଧାନ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଗୌରମଣୀ ହାଁସଦା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ,ରେଆର ସମ୍ପାଦକ ଅନଙ୍ଗ ନେଗୀ, ଚାଇଲଡ ଲାଇନ ର ସଦସ୍ୟ ସଦସ୍ୟା,ସମସ୍ତ ସି ଡି ପି ଓ, ଜିଲ୍ଲାର ବିଭିନ୍ନ ବର୍ଗର ସାମାଜିକ ନେତୃ ବୃନ୍ଦ, ଟେଣ୍ଟ ହାଉସ ମାଳିକ, ପୂଜକ ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ ପୂର୍ବକ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ କୁ ନିଜ ନିଜ ସ୍ତରରେ ସଶକ୍ତ ଭାବେ ପଦକ୍ଷେପ ନେଇ କାର୍ଯ୍ୟ କରିବା ଉପରେ ମତାମତ ପ୍ରଦାନ କରିଥିଲେ ।
lରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment