ପଦୋନ୍ନତି ପାଇଲେ ଦଶପଲ୍ଲା ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା
ଦଶପଲ୍ଲା (ମଣିଭଦ୍ରା ଖବର) ଦଶପଲ୍ଲା ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ାଙ୍କୁ ମିଳିଛି ପଦୋନ୍ନତି । ଏସ୍ଆଇରୁ ଇନିସପେକ୍ଟର ଭାବେ ପଦୋନ୍ନତି ପାଇ ସେ ଖୋର୍ଦ୍ଧାରେ ଯୋଗ ଦେବେ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ଶ୍ରୀପରିଡା କଣ୍ଟିଲୋ ଫାଣ୍ଡିରେ ଥିବା ସମୟରେ ତାଙ୍କର କାର୍ଯ୍ୟ ଦକ୍ଷତାକୁ ପ୍ରତିପାଦିତ କରିପାରିଥିଲେ । ପରେ ଗଣିଆ ଥାନାରେ କିଛି ଦିନ ରହିବା ପରେ ୨୮.୦୫.୨୦୨୧ ମସିହାରୁ ଦଶପଲ୍ଲାରେ କାର୍ଯ୍ୟ କରୁଥିଲେ । ଜଣେ ଯୁବ ଅଫିସର ଭାବେ ସେ ସମସ୍ତଙ୍କର ଆସ୍ଥା ଭାଜନ ହୋଇପାରିଥିଲେ । ଦଶପଲ୍ଲାରେ ନିର୍ବାଚନ ଠାରୁ ଆରମ୍ଭ କରି ବିଶ୍ବପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ସୂଚାରୁରୂପେ ପରିଚାଳନା କରି ତାଙ୍କର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق