ମକଡ୍ରିଲ ପାଇଁ ବ୍ଳକ ସ୍ତରୀୟ ଟେବୁଲଟପ ପ୍ରସ୍ତୁତି ବୈଠକ,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଥଇଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ
ଗଣିଆ (ମଣିଭଦ୍ରା ଖବର) ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ ମକଡ୍ରିଲ ପାଇଁ ବ୍ଲକ ସ୍ତରୀୟ ଟେବୁୁଲ ଟପ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଲାଇନ ଡିପାର୍ଟମେଣ୍ଟ୍ ସମ୍ଭାବ୍ୟ ବନ୍ୟା ପରିସ୍ଥତିର ମୁକାବିଲା ପାଇଁ ନିଜେ ନିଜେ କେତେ ସଚେତନ ଅଛନ୍ତି ଏବଂ କିଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଉପରେ ବିବରଣୀ ପ୍ରଦାନ କରିଥିଲେ । । ସମସ୍ତ ଅଧିକାରୀଙ୍କୁ ବନ୍ୟା ମୁକାବିଲା ପାଇଁ ନିଜ ନିଜ ବିଭାଗର କାର୍ଯ୍ୟକ୍ରମର ତଦାରଖ ସହିତ ପିଆରଆଇ ସ୍ୱେଛାସେବୀମାନଙ୍କୁ ଏହି କାର୍ଯ୍ୟରେ ସାମିଲ କରିବା, ଆଗାମୀ ଦିନରେ ଅଗ୍ନିଶମ ଓ ଓଡ୍ରାପ ଟିମ ବିଭିନ୍ନ ଗ୍ରାମକୁ ଯାଇ ସେଠାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବ୍ୟବହୃତ ସମସ୍ତ ଉପକରଣ ସଂପର୍କରେ ସମସ୍ତ ଗ୍ରାମବାସୀଙ୍କୁ ତାଲିମ ପ୍ରଦାନ କରିବାକୁ ବିଡ଼ିଓ ପରାମର୍ଶ ଦେଇଥିଲେ । ଆସନ୍ତାକାଲି ସକାଳ ୧୦ ଘଂଟା ସମୟରେ ଦୁଇଟି ବନ୍ୟା ଆଶ୍ରୟସ୍ଥଳରେ ମକଡ୍ରିଲ ଅନୁଷ୍ଠିତ କାର୍ଯ୍ୟକ୍ରମ ରହିଛି । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜରୂରୀ ଔଷଧ ମହଜୁଦ ରଖିବା,ପାନୀୟଜଳ,ପଲିଥିନ,ସାନିଟାଇଜର,ଶୁଖିଲା ଖାଦ୍ୟ,ଗୋଖାଦ୍ୟ,ଭେକ୍ସିନ ଓ ଆମ୍ବୁଲେନସ ପ୍ରସ୍ତୁତ ରଖିବାକୁ ସଂପୃକ୍ତ ବିଭାଗ ଗୁଡିକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜରୂରୀ ପରିସ୍ଥିତିର ମୁକାବିଲା ପାଇଁ ଆଡିବନ୍ଧ ଓ କେନାଲ ଗୁଡିକର ତଦାରଖ କରାଯିବା ସହିତ ପ୍ରଚୁର ପରିମାଣରେ ବାଲିବସ୍ତା ମହଜୁଦ ରଖିବା,ଓଡ୍ରାଫ ଓ ଅଗ୍ନିଶମ ବିଭାଗ ମାନସିକ ଓ ଶାରିରୀକ ଭାବରେ ସରଞ୍ଜାମ ସହିତ ପ୍ରସ୍ତୁତ ରହିବାକୁ ତହସିଲଦାର ପରାମର୍ଶ ଦେଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ସବୁଠାରୁ ବଡ କାମ, ଏଥିପାଇଁ ସମସ୍ତ ସ୍ୱେଛାସେବୀ ସଂସ୍ଥା,ସରପଂଚ,ୱାର୍ଡ ସଭ୍ୟ,ଗ୍ରାମବାସୀମାନେ ମିଳିତ ଭାବରେ ପରସ୍ପର ସହଯୋଗ ରଖି ଏହାର ମୁକାବିଲା କରିବାକୁ ସେ ଜଣାଇଥିଲେ । ଏହି ବୈଠକରେ ତହସିଲଦାର କିଶୋର କୁମାର ପଣ୍ଡା, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ଜିଲ୍ଲା ପରିଷଦ ସଭ୍ୟ ନରେଶ ବେହେରା, ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଉପାଧ୍ୟକ୍ଷ ରାଜକିଶୋର ସାହୁ,ଗ୍ରାମ ପଞ୍ଚାୟତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق