ସୋନପୁର କଲେଜ ର 72 ଲକ୍ଷ ଟଙ୍କା ବ୍ୟାଙ୍କ ଠକେଇ ଘଟଣା, - ତଦନ୍ତ କୁ ତ୍ୱରାନ୍ୱିତ କରିବାକୁ ପୁରାତନ ଛାତ୍ର ସଂଗଠନ ର ଦାବି l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୋନପୁର କଲେଜ ର 72 ଲକ୍ଷ ଟଙ୍କା ବ୍ୟାଙ୍କ ଠକେଇ ବା ହେରଫେର ଘଟଣା ର ତଦନ୍ତ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରି ଦୋଷୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ରାଜ୍ୟ ହେଉ କି ରାଜ୍ୟ ବାହାର ର ଠକ ହେଉ ଚି଼ହ୍ନଟ ହୋଇଥିବା ସନ୍ଦିଗ୍ଧ ଅପରାଧୀ ଓ ଫେରାରି ଙ୍କ ପରିବାର ଲୋକ ଙ୍କୁ ଅଟକ ରଖି ସେମାନଙ୍କ ସମ୍ପତ୍ତି ସବୁ କୁ ଜବତ କରିବା କୁ ସୋନପୁର ର ସଚେତନ ନାଗରିକ ଓ କଲେଜ ର ପୁରାତନ ଛାତ୍ର ସଂଗଠନ ଜ଼ିଲ୍ଲା ଓ ପୋଲିସ ପ୍ରଶାସନ କୁ ଦାବୀ କରିଛନ୍ତି l ଏବଂ ଏଭଳି କୌଣସି ଗୋଟାଏ ଗୁରୁତର ଘଟଣା ରେ ଦୋଷୀ ଯଦି ଘରୁ ଫେରାର ହୋଇଯିବ, ତଦନ୍ତ ରେ ଲିଙ୍କ ଥିବା ବ୍ୟାଙ୍କ କର୍ମଚାରୀ ବଦଳି କିମ୍ବl ଆଉ କୌଣସି ବିଭାଗ ର କର୍ମଚାରୀ ଅବସର ନେଇଯିବ ତାହେଲେ କଣ ଗୋଟାଏ ଅନୁଷ୍ଠାନ ର କୋଟି କୋଟି ଟଙ୍କା ଉଦ୍ଧାର କରିବାରେ କଣ ତଦନ୍ତ କିମ୍ବା ଆଇନ ର ବାଟ ବନ୍ଦ ହୋଇଯିବ ? ଆଇନ ର ତଦନ୍ତ ର ଅନେକ ରାସ୍ତା ଅଛି କିନ୍ତୁ ତଦନ୍ତ ଯେତେ ବିଳମ୍ବ ହେବ ଘଟଣା ରେ ସମ୍ପୃକ୍ତ ଥିବା ଦୋଷୀ ଖସିବାରେ ସେତେ ସହଜ ହୋଇଯିବ l ତେଣୁ ସୁବର୍ଣ୍ଣପୁର ଜ଼ିଲ୍ଲା ତଥା ରାଜ୍ୟ ର ଏକ ସର୍ବ ପୁରାତନ କଲେଜ ଯିଏକି ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଙ୍କୁ ମଣିଷ କରି ଗଢିଛି ଏବଂ ଯେଉଁ ମା ସଦୃଶ୍ୟ କଲେଜ ର ଶହ ଶହ ଛାତ୍ର ଛାତ୍ରୀ ଆଜି ପୃଥିବୀ ର ଉତ୍ପତ୍ତି କ୍ଷେତ୍ରରେ ଆମେରିକା ଓ ବିଭିନ୍ନ ଦେଶରେ ଗବେଷଣା କରୁଛନ୍ତି, ଆମ କଲେଜ ର ଗୌରବ ବଢ଼ାଇଛନ୍ତି l ଆଜି ସେଇ ମା ସଦୃଶ୍ୟ ଅନୁଷ୍ଠାନ ଏତେ ଅତ୍ୟାଚାରିତ ହେବା ଘଟଣା ଆଉ ସହି ହେଉନି l ପୁଣି ବାହାର ରାଜ୍ୟ ର ଅପରାଧୀ ଆସି କିଭଳି ଆମ ଏଇ କଲେଜ ର ଧନ ସମ୍ପତ୍ତି ମାନ ସମ୍ମାନ ଇଜ୍ଜତ ପ୍ରତି ଖେଳ ଖେଳି ଅନ୍ୟ ରାଜ୍ୟ କୁ ଆଖି ପିଛୁଳାକେ ଫେରାର ହୋଇଗଲେ l ହଜାର ହଜାର ଗରିବ ପିଲା ଙ୍କ ଝାଳ ବୁହା ପରିଶ୍ରମ ର ଫିଜ ଆଦାୟ ଟଙ୍କା ରେ ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଥିବା ଆମ କଲେଜ କର୍ମଚାରୀ ଏବଂ ବ୍ୟାଙ୍କ କର୍ମଚାରୀ କେତେ ସଜାଗ କେତେ ଟାଣୁଆ ଏବଂ ଆମ ଜ଼ିଲ୍ଲା ପ୍ରଶାସନ ମଧ୍ୟ ସମସ୍ତ ବ୍ୟାଙ୍କ ମୁଖିଆ ଙ୍କୁ ଡାକି ଏତେ ବୈଠକ ଏତେ ଟ୍ରେନ କରୁଛି ତାହା କେଉଁ ସ୍ୱାର୍ଥ ରେ ? ଏଭଳି ବ୍ୟାଙ୍କ ରେ ସରକାରୀ ଟଙ୍କା ଜମା ନ କରିବା ଉଚିତ ଏବଂ ବ୍ୟାଙ୍କ ର ଅବହେଳା କୁ କ୍ଷମା ନ ଦେବା ଉଚିତ ବୋଲି ପୁରାତନ ଛାତ୍ର ମତ ରଖିଛନ୍ତି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment