ପ୍ରଧାନ ଶିକ୍ଷକଙ୍କ ଅଵସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ।
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଖଟଖଟିଆ ର ପ୍ରଧାନପ୍ରଧାନ ଶିକ୍ଷକ ଭୁବନେଶ୍ୱର ବସ୍ତିଆଙ୍କ ଅଵସର ଗ୍ରହଣ ଅବସରରେ ଏକ ସମ୍ବର୍ଦ୍ଧନା ହିନ୍ଦୀ ଶିକ୍ଷକ ନରେନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୁକଦେଵ ପଣ୍ଡା, ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ତଥା ସ୍କୁଲର ପ୍ରତିଷ୍ଠାତା ସଭାପତି ହରିହର ପ୍ରଧାନ ଯୋଗଦେଇ ଶ୍ରୀ ବସ୍ତିଆ ଙ୍କ ସ୍କୁଲ ପ୍ରତି ରହିଥିବା ଅବଦାନ କୁ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଜୟନ୍ତ ପ୍ରଧାନ,ତ୍ରିଲୋଚନ ସାହୁ ଯୋଗଦେଇ ଥିବାବେଳେ । ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସତ୍ୟବାନ ବସ୍ତିଆ,ପୂର୍ବତନ ସଂକୃତ ଶିକ୍ଷକ ଜଳନ୍ଧର ସାହୁ,ଜୟକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ତଥା ଶିକ୍ଷକ ରଂଜୁ ଅମାତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ମାନଙ୍କ ମଧ୍ୟରେ ଖେଳ ଶିକ୍ଷକ ପଞ୍ଚାନନ ପ୍ରଧାନ, ଶିକ୍ଷକ ବିଶ୍ଵଜିତ ବାରିକ,ଅଜୟ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପ୍ରବେଶ ସାହୁ,ପ୍ରଦୀପ ଖେତୀ ସହଯୋଗ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜାଜ୍ଞସେନୀ ଖେତୀ ଧନ୍ୟବାଦ ଦେଇ ବିଦ୍ୟାଳୟ ର ଉନ୍ନତି ପାଇଁ ସବୁପ୍ରକାର ଉଦ୍ୟମ ସମସ୍ତଙ୍କୁ ନେଇ କରାଯିବ ବୋଲି କହିଥିଲେ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment