BREAKING
Loading...
:

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

 ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ



ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମିଳିତ ଶିକ୍ଷକ ସଂଘ ସଭାପତି ଚିନ୍ତାମଣି ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର ,ସମ୍ମାନୀତ ଅତିଥି ଭାବେ ଅବସର ଗ୍ରହଣ କରିଥିବା ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଜ,ଜ୍ୟୋତ୍ସ୍ନା ରାଣୀ ସେଠୀ,ମିଳିତ ଶିକ୍ଷକ ସଂଘ ସମ୍ପାଦକ ସୁଧୀର କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସଂଘର କର୍ମକର୍ତ୍ତା, ଶିକ୍ଷା କାର୍ଯ୍ୟାଳୟ ର ସହକର୍ମୀ,ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ରବୀନ୍ଦ୍ର ନାଥ ରାଜ ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ,ମାନପତ୍ର ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS