BREAKING
Loading...
:

5 ଟି ହାଇସ୍କୁଲ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ

 


5 ଟି ହାଇସ୍କୁଲ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ 

ସୁବର୍ଣ୍ଣପୁର(ମଣିଭଦ୍ରା ଖବର)ଆଜି ବୌଦ୍ଧ ଜିଲ୍ଲାର ୨୪ ଟି ୫ଟି ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ହୋଇ ଯାଇଛି।ଏହି ଉପଲକ୍ଷେ ଜହ୍ନ।ପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ  ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, କଣ୍ଟାମାଲ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ଯୋଗ ଦେଇ ଏହା ଦ୍ବାରା ଛାତ୍ର ଛାତ୍ରୀ ମାନେ ଉଚ୍ଚମାନର ଶିକ୍ଷା,ଇ ଲାଇବ୍ରେରୀ,ସ୍ମାର୍ଟ କ୍ଲାସ ରୁମ, ସ୍ବଛ ପାନିୟ ଜଳ ପାଇପାରିବ। ସହିତ ଛାତ୍ର ଛାତ୍ରୀ ମାନେ ସରକାରୀ ସ୍କୁଲରେ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବେ  ବୋଲି ବକ୍ତବ୍ୟ ରଖିଥିଲେଛାତ୍ରୀ ରାଜଶ୍ରୀ ବେହେରା ୫ ଟି ସ୍କୁଲର କାର୍ଯ୍ୟକ୍ରମର ଅନୁଭୂତି ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା , ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର ଓ ଅନ୍ୟାନ୍ୟ ଅଧିକାରୀ ସମେତ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମୋ ସ୍କୁଲ ଅଭିଯାନର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।ଶେଷରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l 



ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS