ଓଜେୟୁ ସମ୍ବଲପୁର ଜ଼ିଲ୍ଲା କାର୍ଯ୍ୟକାରିଣୀ କମିଟି ବୈଠକରେ ଗୃହୀତ ପ୍ରସ୍ତାବ ଜ଼ିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ I
ସୁବର୍ଣ୍ଣପୁର(ମଣିଭଦ୍ରା ଖବର) ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା କାର୍ଯ୍ୟକାରିଣୀ କମିଟି ବୈଠକର ଗୃହୀତ ପ୍ରସ୍ତାବ ଗୁଡିକ ଆଜି ଜ଼ିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା I ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖାର ସଭାପତି ହିମାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱ ରେ ସାମ୍ବାଦିକ ମାନେ ଜ଼ିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ସାକ୍ଷାତ ଆଲୋଚନା ପୂର୍ବକ ଏହି ଦାବି ପତ୍ର ପ୍ରଦାନ କରିଥିଲେ I ଗତ ୩୦ ତାରିଖ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ର ଜ଼ିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ରାଶିକୁ ୨ ଲକ୍ଷ ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା, ଆଗାମୀ ବିଧାନସଭା ଅଧିବେଶନରେ ସାମ୍ବାଦିକ ମାନଙ୍କ ସକାଶେ "ସାମ୍ବାଦିକ ସୁରକ୍ଷା ଆଇନ " ବିଲ ଆଗତ କରିବା, କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ପାଇଁ କଠୋର ଦଣ୍ଡ ବିଧାନ ଆଇନ ପ୍ରଣୟନ କରିବା, ୬୦ ବର୍ଷରୁ ଉର୍ଦ୍ଧ ସାମ୍ବାଦିକଙ୍କୁ ରାଜ୍ୟ ସରକାର ପେନସନ୍ ବୀମା ଭୁକ୍ତ କରିବା, ଏକ୍ରିଡ଼ିଏସନ୍ ନିୟମ ପରିବର୍ତ୍ତନ କରିବା, ଯାତାୟତ ସମୟରେ ରିହାତି ଦେବା ସହ ଟୋଲଟେସ୍କ ଛାଡ଼ କରିବା , ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟରେ ପ୍ରକାଶ କରିବା, ସାମ୍ବାଦିକ ଆବାସ ଯୋଜନା ପ୍ରଣୟନ କରିବା, ସାମ୍ବାଦିକଙ୍କ ସକାଶେ ଉଦ୍ଧିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ କରିବା, ସମ୍ବେଦନଶୀଳ ଘଟଣା ଅନୁସନ୍ଧାନ (ମାଓପ୍ରବଣ, ବନ୍ୟା, ବାତ୍ୟା, ଦଙ୍ଗା) ଆଦି ଘଟଣା ସମ୍ପର୍କରେ ଖବର ସଂଗ୍ରହ ସମୟରେ ସାମ୍ବାଦିକଙ୍କ ଭୂମିକା ନେଇ ଏକ ଆଦର୍ଶ ମାର୍ଗଦର୍ଶିକା (ଏସ. ଓ. ପି) ଜାରୀ କରିବା ସହିତ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ କରିବା ଆଦି ଦାବି କରାଯାଇଛି I ଆଜିକାର ଏହି ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର, ସାଧାରଣ ସମ୍ପାଦକ ସରୋଜ ସାହୁ, ରାଜ୍ୟ ଉପସଭାପତି ସୁଶାନ୍ତ ମହାପାତ୍ର, ସାଧବ ପ୍ରଧାନ, ସୁଧାଂଶୁ ମହାରଣା, ବାଦଶାହା ଜୁସମନ୍ ରାଣା, ଅଜୟ ନାଥ, ନବୀନ ଦାଶ, ହରି ଶଙ୍କର ମିଶ୍ର, ପ୍ରାସିଶ ପଣ୍ଡା, ଜ୍ୟୋତିଷ ମହାନ୍ତି, ସୁବ୍ରତ ପାଢ଼ୀ, ଦେବାଶିଷ ବେହେରା, ଜିତୁ ନନ୍ଦ, ନର୍ସିଙ୍ଗ ବଗର୍ତ୍ତୀ, ସରୋଜ ସେଠ୍, ସଞ୍ଜିବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ I
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment