BREAKING
Loading...
:

ବରିଷ୍ଠ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା ଚୟନ

 ବରିଷ୍ଠ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା ଚୟନ




ଗଣିଆ ୦୧/୦୫(ମଣିଭଦ୍ରା ଖବର) ଗଣିଆ ଉନ୍ନୟନ କମିଟି ପରିସରରେ ବରିଷ୍ଠ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ସଭାପତି ମାର୍କଣ୍ଡ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ବ୍ଳକର ବିଭିନ୍ନ ଅଞ୍ଚଳର ପ୍ରାୟ ୧୪୦ ଜଣ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ସଭାପତି ଶ୍ରୀ ପ୍ରଧାନ ପୁରାତନ ବୋର୍ଡକୁ ଭାଙ୍ଗି ଦେଇ ନୂତନ ବୋର୍ଡ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ସର୍ବସମ୍ମତିକ୍ରମେ ନୂତନ ସଭାପତି ଭାବେ ଗିରିଶ କୁମାର ମିଶ୍ର, ଉପସଭାପତି ବାମଦେବ ମନ୍ଥନ, ସମ୍ପାଦକ ଦେବରାଜ ସ୍ବାଇଁ, ଉପଦେଷ୍ଟା ଭାବେ ଅନ୍ତର୍ଯ୍ୟାମୀ ମିଶ୍ର, ନବକିଶୋର ପଟ୍ଟନାୟକ, ସଂସାରୀ ରାଉତ,ପଞ୍ଚାନନ ବେହେରା, ମାର୍କଣ୍ଡ ପ୍ରଧାନ, ସଭ୍ୟ ଭାବେ ରବିନ୍ଦ୍ର କୁମାର ମହାପାତ୍ର, ଲକ୍ଷ୍ମୀଧର ନାୟକ, ମାୟାଧର ଦାସ,ବୈକୁଣ୍ଠ ଦଳେଇ, ସୁରେନ୍ଦ୍ର କୁମାର ପୃଷ୍ଟିଙ୍କୁ ଚୟନ କରାଯାଇଥିଲା । ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ସଭାପତି ସ୍ବାଗତ କରିବା ସହିତ ଗଣିଆ ଅଞ୍ଚଳର ଜନକଲ୍ୟାଣ ଉଦ୍ଦେଶ୍ୟରେ ନିଜକୁ ନିୟୋଜିତ କରିବାକୁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ତେବେ ପୂର୍ବଥର ଭଳି ଏହା କେବଳ ନୂତନ କର୍ମକର୍ତ୍ତା ଗଠନ ହୋଇ ରହିଯିବ ନା ଆଗାମୀ ଦିନରେ କିଛି ଜନକଲ୍ୟାଣକାରୀ କାର୍ଯ୍ୟ କରିବ ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । 





ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS