BREAKING
Loading...
:

ଦଶପଲ୍ଲାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

 

ଦଶପଲ୍ଲାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ





ଦଶପଲ୍ଲା (ମଣିଭଦ୍ରା ଖବର) ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡ଼ା, ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୭୮ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥିମଧ୍ୟରୁ ବ୍ୟକ୍ତିଗତ ଭାବେ ୬୮ଟି ଅଭିଯୋଗ, ସାମୁହିକ ଗ୍ରାମ ବିବାଦ ୨ଗୋଟିର ଶୁଣାଣି କରାଯାଇ ସମୁଦାୟ ୫୬ଗୋଟି କେସର ତତ୍‌କାଳ ସମାଧାନ କରାଯାଇଥିଲା । ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୮ଜଣ ଦରଖାସ୍ତକାରୀଙ୍କୁ ମୋଟ ଟ.୭୬୦୦୦/- ଆର୍ଥିକ ଅନୁଦାନ ଏହି ଜନଶୁଣାଣି ଶିବିରରେ ପ୍ରଦାନ କରାଯାଇଥିଲା । ଅବଶିଷ୍ଟ ୨୨ଗୋଟି କେସକୁ ସମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ ଡା. ଟୁଡ଼ୁ ଅତୀତ ଜନଶୁଣାଣି ଶିବିରରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ମାମଲାଗୁଡ଼ିକ ଆସନ୍ତା ଜନଶୁଣାଣି ଶିବିର ମଧ୍ୟରେ ଫଇସଲା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ନୟାଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଦଶପଲ୍ଲା ଶାଖାର ମିଳିତ ସହଯୋଗରେ ୮ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଧନ୍ଦାମୂଳକ କାର୍ଯ୍ୟ ନିମନ୍ତେ ଡି.ଆର.ଆଇ. ଲୋନ ପ୍ରଦାନ କରାଯାଇଥିଲା । ଶେଷରେ ଦଶପଲ୍ଲା ଓ ଗଣିଆ ଅଂଚଳର ଖବର କାଗଜ ବିତରକଙ୍କୁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ପରିଚୟ ପତ୍ର ଜିଲ୍ଲାପାଳ ଡା. ଟୁଡ଼ୁ ପ୍ରଦାନ କରିଥିଲେ । ଏହି ଜନଶୁଣାଣି ଶିବିରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ପହି, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାକାନ୍ତ ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଦଶପଲ୍ଲା, ତହସିଲଦାର ଦଶପଲ୍ଲା, ଜିଲ୍ଲାସ୍ତରୀୟ ପଦାଧିକାରୀ, ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡ଼ିକ ଶୁଣାଣି କରିବାରେ ଜିଲ୍ଲାପାଳ ଡା. ଟୁଡ଼ୁଙ୍କୁ ସହଯୋଗ କରିଥିଲେ ।


BY DEBI PRASAD DASH

Post a Comment

أحدث أقدم
Header ADS