ଦଶପଲ୍ଲାରେ ସାମ୍ବାଦିକଙ୍କୁ ଅଣଦେଖା । (ମଣିଭଦ୍ରା ଖବର)
--------------------------------------------
ଦଶପଲ୍ଲା,୯।୫(ମଣିଭଦ୍ରା ଖବର)
୨୦ଗୋଟି ଗ୍ରାମପଞ୍ଚାୟତ ଏବଂ ଗୋଟିଏ ଏନ୍ଏସିକୁ ନେଇ ଗଠିତ ଦଶପଲ୍ଲା ୯୭ହଜାରରୁ ଉର୍ଦ୍ଧ୍ବ ଲୋକସଂଖ୍ଯା ବିଶିଷ୍ଟ ଏକ ବିସ୍ତୀର୍ଣ୍ଣ ଅଞ୍ଚଳ। ଏହା ୫୭ନଂ ଜାତୀୟ ରାଜପଥ କଡ଼ରେ ଥିବା ସହ ପଡୋଶୀ ୮ଗୋଟି ଜିଲ୍ଲାକୁ ଯାତାୟାତ ସହଜ ସାଧ୍ୟ ହୋଇଥିବାରୁ ପ୍ରତିଦିନ କିଛି ନା କିଛି ଘଟଣା ଦୁର୍ଘଟଣା ଘଟିବା ସ୍ବାଭାବିକ ଏବଂ ସାମ୍ବାଦିକ ମାନେ ନିଜ କର୍ତ୍ତବ୍ୟ ଦୃଷ୍ଟିରୁ ସେ ସବୁକୁ ତାଙ୍କ କ୍ୟାମେରାରେ କଏଦ କରିବା ମଧ୍ୟ ସାଧାରଣ କଥା। କିନ୍ତୁ କେତେକ ଅଫିସର ନିଜର ଅପାରଗତା ଲୁଚାଇବା ପାଇଁ ସାମ୍ବାଦିକଙ୍କ ପ୍ରବେଶକୁ ବାରଣ କରିବା ସଙ୍ଗେସଙ୍ଗେ ପ୍ରତିକ୍ରିୟା ଦେବାକୁ ମଧ୍ୟ ମନା କରୁଛନ୍ତି । ବିଶେଷକରି ସ୍ବାସ୍ଥ୍ୟ ବିଭାଗର ଜଣେ ଡାକ୍ତର ସାମ୍ବାଦିକଙ୍କୁ ଦେଖିଲେ ତାଙ୍କର ରାଗ ବଢିଯାଉଛି। ସୂଚନା ଦେବାତ ଦୂରର କଥା , ସରକାରୀ କାର୍ଯ୍ୟରେ ମଧ୍ୟ ସାମ୍ବାଦିକ ମାନଙ୍କୁ ଡକା ଯାଉନାହିଁ। ଉଦାହରଣ ସ୍ୱରୂପ ଦୀର୍ଘ ୨ବର୍ଷ ପରେ ଆଜି ଜିଲ୍ଲାପାଳ
ଦଶପଲ୍ଲା ବ୍ଲକ୍ ରେ ଜନଶୁଣାଣୀ କରିଥିଲେ ହେଁ ସାମ୍ବାଦିକ ମାନଙ୍କୁ ସୂଚନା ଦିଆ ନଯିବା ସାଧାରଣରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଗ୍ରାମାଞ୍ଚଳର ବାସ୍ତବତା କାଳେ ସାମ୍ବାଦିକଙ୍କ ନଜରରେ ପଡିବ ସେଥିପାଇଁ ହୁଏତ ତାଙ୍କୁ ଡକା ଯାଉନାହି ବୋଲି ଲୋକେ କୁହାକୁହିଁ ହେଉଛନ୍ତି ।ତେବେ ଜିଲ୍ଲାପାଳ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି।
BY PRAFULLA KUMAR DASH
إرسال تعليق