BREAKING
Loading...
:

ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ

 


ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ

ନୂଆଗାଁ: (ମଣିଭଦ୍ରା ଖବର) ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସଂପଡ଼ା , ନୀଳାଦ୍ରିପୁର ଏବଂ ଘଡେଇ ବନ୍ଧ ବିଦ୍ୟାଳୟ ରେ ଭାଷା ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମିଶନର ଉତ୍ସର୍ଗୀକୃତ ଶିକ୍ଷକ , ଶିକ୍ଷୟତ୍ରୀ ମାନଙ୍କୁ ନେଇ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଉଦଯାପିତ ହୋଇଯାଇଛି।ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ସେଠୀ ,ସି ଆର୍ ସି ସି ନରେନ୍ଦ୍ର କୁମାର ବେହେରା,ସି ଆର୍ ସି ସି ବିଜୟ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆର୍ ପି ରଞ୍ଜନ କୁମାର ନାଏକ,କବି ପ୍ରସାଦ ନାଏକ,ସଞ୍ଜୟ ବଳବନ୍ତ ସିଂ ଶିକ୍ଷାର୍ଥୀ ମାନଙ୍କ ଭାଷା ଓ ସଂଖ୍ୟା ଜ୍ଞାନ କୁ କିପରି  ସମୃଦ୍ଧି କରାଯାଇ ପାରିବ ସେ ଉପରେ ଶିକ୍ଷକ , ଶିକ୍ଷୟତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ।ଏହି କର୍ମଶାଳା ରେ ୧୪୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିଥିଲେ।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା ତାଲିମ୍ କେନ୍ଦ୍ର ଗୁଡ଼ିକ ପରିଦର୍ଶନ କରିଥିଲେ।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS