ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ୍ ଡେ ପାଳିତ
ଗଣିଆ (ମଣିଭଦ୍ରା ଖବର) ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ଗଣିଆ ବ୍ଲକର ପଦ୍ମନାଭ ଉଚ୍ଚ ବିଦ୍ୟାଳୟ, ଆଡକଟା, କେନ୍ଦୁଆବିଡା ମଧ୍ୟଇଂରାଜୀ ବିଦ୍ୟାଳୟ, ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ,ବେଲପଡାପାଟଣା ଏବଂ ମାଳତିପୁଟ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ସାମାଜିକ କର୍ମୀ ସଦାଶିବ ମିଶ୍ର, ଗଣିଆ ସମିତି ସଭ୍ୟ ଫକୀର ମୋହନ ଡାକୁଆ,ରାସଙ୍ଗ ସରପଞ୍ଚ ମାନସ ମହାକୁଡ଼, ଆଡକଟା ସରପଞ୍ଚ ସୁବାସିନୀ ବାରିକ,କିମ୍ସର ପ୍ରମୋଦ କୁମାର ବାରିକି ପ୍ରମୁଖ ମଞ୍ଚାସୀନ ଥିଲେ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରଖାଯାଇଛି ଆଶା,ଖୁସି ଏବଂ ଭାଇଚାରା ( Hope, Happiness & Harmony ) । ଉପରୋକ୍ତ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଗ୍ଳୁକୋଜ୍,କଲମ ଏବଂ ଆର୍ଟ ଅଫ୍ ଗିଭିଙ୍ଗ୍ ଲେଖା ଥିବା ପୋଷାକ ବଣ୍ଟନ କରାଯାଇଥିଲା । କିଟ୍ ଓ କିସର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ପ୍ରତିବର୍ଷ ସେ ମାସ ୧୭ ତାରିଖରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି । ଶ୍ରୀ ସାମନ୍ତଙ୍କର ଏଭଳି ପ୍ରଚେଷ୍ଟାକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।
BY DEBI PRASAD DASH
Post a Comment