BREAKING
Loading...
:

ମେ ମାସ ୧୬ ଏବଂ ୩୦ ତାରିଖକୁ ଛୁଟି ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

 ମେ ମାସ ୧୬ ଏବଂ ୩୦ ତାରିଖକୁ ଛୁଟି ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ




ଗଣିଆ (ମଣିଭଦ୍ରା ଖବର) ସେ ମାସ ୧୬ ଏବଂ ୩୦ ତାରିଖକୁ ଛୁଟି ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୧୬ ତାରିଖରେ ବୁଦ୍ଧ ପୂର୍ଣ୍ଣିମା ଏବଂ ୩୦ ତାରିଖରେ ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଛୁଟି ଘୋଷଣା କରାଯାଇଛି । ଶିକ୍ଷା ବିଭାଗ କ୍ୟାଲେଣ୍ଡରରେ ଅତିରିକ୍ତ ୨ ଦିନ ଛୁଟି ସାମିଲ କରାଯାଇଛି । ଗତ ୧୩ ତାରିଖରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ଶିକ୍ଷା ସଚୀବଙ୍କୁ ଉପରୋକ୍ତ ଦୁଇ ଦିନ ଛୁଟି କରିବା ପାଇଁ ଅନୁରୋଧ କରାଯାଇଥିଲା । ସଂଘର ଅନୁରୋଧକୁ ରକ୍ଷା କରି ବିଭାଗ ତରଫରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । 



ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS