ଜିଲ୍ଲା ସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଗଣିଆ ୧୭/୦୫(ନି.ପ୍ର) ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ୫ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟର ପ୍ରାୟ ୫୦ ଜଣ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକ ଏହି ଶିବିରରେ ଯୋଗ ଦେଇଥିଲେ । ସ୍ମାର୍ଟ୍ କ୍ଳାସ ରୁମରେ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଶିକ୍ଷା ଦାନ କରାଯିବ ସେ ସମ୍ପର୍କରେ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ତାଲିମ ଦାତା ଭାବେ ସର୍ବଶିକ୍ଷା ଅଭିଯାନ ତରଫରୁ ସୁଦର୍ଶନ ସାହୁ, ରଞ୍ଜନ କୁମାର ସାହୁ ତାଲିମ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ ଶିବିର ପରିଦର୍ଶନ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق