କୋଟରା ଶିକାର କରି ଆସାମୀ ଫେରାର,କୋଟରା ଉଦ୍ଧାର
ଗଣିଆ ୦୪/୦୫(ନି.ପ୍ର) ଗଣିଆ ବ୍ଲକ ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବଡମୂଳ ଚେକ୍ ଗେଟ୍ ନିକଟରେ ଗୋଟିଏ କୋଟରା ଶିକାର କରି ଫେରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଛାମୁଣ୍ଡିଆ ବନବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ବନବିଭାଗ କର୍ମଚାରୀଙ୍କୁ ଦେଖି ବଡମୂଳ ଗ୍ରାମର ଲକ୍ଷ୍ମୀଧର ସାମଲ କୋଟରାଟିକୁ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲା । ବନବିଭାଗ କର୍ମଚାରୀ ମାନେ କୋଟରାଟିକୁ ସେଠାରୁ ଉଦ୍ଧାର କରି ଗଣିଆ ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । କୋଟରାଟିକୁ ବନ୍ଧୁକ ଦ୍ୱାରା ଶିକାର କରାଯାଇଥିବା ଜଣାପଡ଼ିଛି । କୋଟରାଟିର ଓଜନ ପ୍ରାୟ ୭/୮ କିଲୋ ହେବ ବୋଲି ଜଣାପଡିଛି । ଫେରାର ଲକ୍ଷ୍ମୀଧର ସାମଲଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ଜଣାପଡିଛି । ତେବେ ବଡମୂଳ ଅଞ୍ଚଳରେ ଅନେକ ସମୟରେ ବେଆଇନ ପଶୁ ଶିକାର ହେଉଥିବାରୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Post a Comment