BREAKING
Loading...
:

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ


 ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ


ଭୂବନେଶ୍ବର (ମଣିଭଦ୍ରା ଖବର) ଭୂବନେଶ୍ବର ଜୟଦେବ ଭବନ ଠାରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମ ଅଧିବେଶନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦ୍ବିତୀୟ ଅଧିବେଶନରେ ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ରାଜ୍ୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜନ ଚୈଧୁରୀ, ଶ୍ରୀକାନ୍ତ ଖଟେଇ,ସନତ ମିଶ୍ରଙ୍କ ସମେତ ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ୫୦୦ରୁ ଅଧିକ ସାମ୍ବାଦିକ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ମାନେ ନିଜ ନିଜର ସଂଗଠନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ସଭାପତି ବିଭୂତି ଭୂଷଣ କର ଉପସ୍ଥିତ ଅତିଥି ମାନଙ୍କ ସମ୍ମୁଖରେ ୩ଟି ଦାବୀ ଉପସ୍ଥାପନ କରିଥିଲେ । ସାମ୍ବାଦିକ ସୁରକ୍ଷା ଆଇନ, ଅବସରକାଳୀନ ଭତ୍ତା ଏବଂ ସ୍ବାସ୍ଥ୍ୟ ବୀମା ରାଶିକୁ ୨ ଲକ୍ଷ ଟଙ୍କାରୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସଂଘ ତରଫରୁ ଦାବି କରାଯାଇଥିଲା । ସାମ୍ବାଦିକ ମାନଙ୍କର ଦାବି ଗୁଡ଼ିକ ଯଥା ସମ୍ଭବ ପୂରଣ କରିବା ପାଇଁ ଚେଷ୍ଟା କରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ସଭାପତି ମାନଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । 




By Debi prasad Dash

Post a Comment

Previous Post Next Post
Header ADS