BREAKING
Loading...
:

ଖରାଛୁଟି କରିବାକୁ ଅଭିଭାବକ ମହଲରେ ଦାବୀ

 


ଖରାଛୁଟି କରିବାକୁ ଅଭିଭାବକ ମହଲରେ ଦାବୀ

ନୟାଗଡ଼ (ମଣିଭଦ୍ରା ଖବର) ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ତାପମାତ୍ରା ଅନେକ ସ୍ଥାନରେ ୪୬ ଡିଗ୍ରୀ ଛୁଇଁଲାଣି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକ ସେ ମାସ ୪ ତାରିଖରୁ ଜୁନ୍ ମାସ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିବା ବେଳେ ଛୁଟିର ଅବଧି ବୃଦ୍ଧି କରାଯିବା ପାଇଁ ମନ୍ତ୍ରୀ ବିଚାର କରୁଥିବା ଘୋଷଣା କରିଛନ୍ତି । କିନ୍ତୁ ରାଜ୍ୟ ଗଣଶିକ୍ଷା ବିଭାଗ ଉପରେ ଖରାରେ କୋଣସି ପ୍ରଭାବ ପଡିନଥିବା ବେଳେ ୨ ତାରିଖ ଠାରୁ ବିଦ୍ୟାଳୟ ଖୋଲିବାକୁ ନିଷ୍ପତି ନେଇଛନ୍ତି । ଏପରିକି ୩ୟ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ ଘଟିକାରୁ ୯ ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାମାନେ ବିଦ୍ୟାଳୟ ଯିବେକି ନାହିଁ କିଛି ବି ଉଲ୍ଲେଖ କରିନାହାନ୍ତି । ଫଳରେ ଅଭିଭାବକ ମାନେ ଦ୍ବନ୍ଦରେ ପଡିଛନ୍ତି । ଯଦି ଗ୍ରୀଷ୍ମ ପ୍ରବାହ ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି ତେବେ ଗଣଶିକ୍ଷା ବିଭାଗ ଛୁଟି ଘୋଷଣା କରୁନାହାନ୍ତି କାହିଁକି ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି । ସକାଳ ୮ ଘଟିକାରୁ ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ବିଦ୍ୟାଳୟ ପରିସରରେ ଯଦି କିଛି ଅଘଟଣ ଘଟିବ ସେଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ଏ ସମ୍ପର୍କରେ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି ।


By Debi prasad Dash


Post a Comment

أحدث أقدم
Header ADS