BREAKING
Loading...
:

କ୍ରିଡ଼ା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

 



କ୍ରିଡ଼ା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗଣିଆ ୩୦/୦୪(ନି.ପ୍ର) ଗଣିଆ ବ୍ଲକ ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ କ୍ରିଡ଼ା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଦ୍ୟାଳୟର ଶିକ୍ଷକଙ୍କ ଠାରୁ ଆରମ୍ଭ କରି ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । କ୍ରିଡ଼ା ଶିକ୍ଷକ ଭାଗିରଥି ସ୍ବାଇଁ ଦୀର୍ଘ ୪୦ ବର୍ଷ ଗୋଟିଏ ବିଦ୍ୟାଳୟରେ କାର୍ଯ୍ୟ କରିଆସୁଥିଲେ ।  ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବେ ସେ ବେଶ୍ ଜଣାଶୁଣା ଥିଲେ । କେବଳ କ୍ରିଡ଼ା କାହିଁକି ସମସ୍ତ କାର୍ଯ୍ୟରେ ସେ ସହଯୋଗ କରୁଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ତଥା ପରିଚାଳନା କମିଟିର ସଦସ୍ୟ ଭାଷଣ ଦେବା ସମୟରେ କାନ୍ଦି ପକାଇଥିଲେ । ବିଦ୍ୟାଳୟ ତରଫରୁ ତାଙ୍କୁ ମାନପତ୍ର,ଉପହାର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏକ ବିଶାଳ ଶୋଭାଯାତ୍ରା କରି ତାଙ୍କୁ ନିଜ ବାସଭବନ ପର୍ଯ୍ୟନ୍ତ ଅଣାଯାଇଥିଲା । 

By Debi prasad Dash

Post a Comment

أحدث أقدم
Header ADS