୬ ଲଗ୍ ଶାଳ କାଠ ସହିତ ଗୋଟିଏ ପିକଅପ୍ ଭ୍ୟାନ ଜବତ,ଜଣେ ଗିରଫ
ଗଣିଆ ୧୩/୦୪(ମଣିଭଦ୍ରା ଖବର) ଗଣିଆ ରେଞ୍ଜ ଅନ୍ତର୍ଗତ ଅନ୍ଧାରକୋଟ ଛକ ନିକଟରେ ଗୋଟିଏ ପିକଅପ୍ ଭ୍ୟାନ ସହିତ ୬ ଲଗ୍ ଶାଳ କାଠ ଜବତ କରିଛି ବନ ବିଭାଗ । ଏଥିସହିତ ବଡମ୍ବା,ଦାଶରଥିପୁର ଗ୍ରାମର ମନୋଜ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି । ଏକ ପିକଅପ୍ ଭ୍ୟାନରେ ଶାଳ କାଠ ଯାଉଥିବା ଖବର ପାଇ ଗଣିଆ ରେଞ୍ଜର ସୋନାଲି ସିଓ,ଫରେଷ୍ଟର ଶିଶିର କୁମାର ସାହୁ,ଫରେଷ୍ଟ ଗାର୍ଡ ନିଳମଣି ଦଳେଇଙ୍କ ସହିତ ଏନଫୋର୍ସମେଣ୍ଟ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ଗାଡ଼ିଟି କୁ ଜବତ କରି ଗଣିଆ କାର୍ଯ୍ୟାଳୟକୁ ଅଣାଯିବା ସହିତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଜଣାଇଛନ୍ତି ।
BY DEBI PRASAD DASH
Post a Comment