ବ୍ଳକ ଅଧ୍ୟକ୍ଷାଙ୍କ ବିଭିନ୍ନ ବିଦ୍ୟାଳୟ ଅଚାନକ ପରିଦର୍ଶନ
ଗଣିଆ :(ମଣିଭଦ୍ରା ଖବର) ଗଣିଆ ବ୍ଲକ ଅନ୍ତର୍ଗତ ରାଉତପଡା,ଡଙ୍କାରିସାହି,ମାଳତିପୁଟ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି ବ୍ଳକ ଅଧ୍ୟକ୍ଷା ଝୁନା ଜେନା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ବିଦ୍ୟାଳୟ ସମ୍ପର୍କରେ ଆଲୋଚନା କରିବା ସହିତ ଶିକ୍ଷାକୁ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଶ୍ରେଣୀ ଗୃହରେ ପଶି ଛାତ୍ର ଛାତ୍ରୀଙ୍କ ଭଲମନ୍ଦ ବୁଝିବା ସହିତ ସେମାନଙ୍କୁ ଚକୋଲେଟ ପ୍ରଦାନ କରିଥିଲେ । ଏପରିକି ପାଠ୍ୟକ୍ରମ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପିଲାମାନଙ୍କୁ ପଚାରିଥିଲେ । ବିଦ୍ୟାଳୟର ସମସ୍ତ ସମସ୍ୟା ଗୁଡିକୁ ଖୁବଶିଘ୍ର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କ ସହିତ ଉପାଧ୍ୟକ୍ଷ ରାଜ କିଶୋର ସାହୁ ଓ କିଛି ବୁଦ୍ଧିଜୀବି ଉପସ୍ଥିତ ଥିଲେ । ଅଧ୍ୟକ୍ଷା ବିଦ୍ୟାଳୟ ପରିଦର୍ଶନର କରିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଶିକ୍ଷକଙ୍କ ମହଲରେ ଭୟର ବାତାବରଣ ଖେଳିଯାଇଛି ।
BY DEBI PRASAD DASH
Post a Comment