ନୟାଗଡ଼ ( ମଣିଭଦ୍ରା ଖବର) ସମ୍ବାଦ ଓ କନକ ଟିଭିର ନୀଳଗିରି ସାମ୍ବାଦିକ ଭାବେ କାର୍ଯ୍ୟରତ ଲୋକନାଥ ଦଳେଇଙ୍କୁ ଗିରଫ କରି ଡାକ୍ତରଖାନାରେ ତାଙ୍କ ଗୋଡ଼ରେ ବେଡ଼ି ପକାଇଛି ସ୍ଥାନୀୟ ପୁଲିସ। ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ୱର ମେଡିକାଲ ନିଆଯାଇଥିବାବେଳେ ସେଠାରେ ପୁଲିସ ଏଭଳି ଅମାନବୀୟ ଆଚରଣ କରିଛି । ମିଳିଥିବା ସୂଚନା ଅନୁସାରେ ଡ୍ରଗ୍ସ ଓ ପୁଲିସ ଚାକିରିରେ ବୟସ ଜାଲିଆତି ସମ୍ପର୍କିତ ଏକ ଖବର ସେ ପ୍ରକାଶ କରିଥିଲେ। ଜଣେ ହୋମଗାର୍ଡଙ୍କ ସହ ଯୁକ୍ତିତର୍କ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ନୀଳଗିରି ଥାନା ଅଧିକାରୀ ଦୌପ୍ରଦୀ ଦାସଙ୍କ ନିର୍ଦ୍ଦେଶରେ ତାଙ୍କ ଗୋଡ଼ରେ ବେଡ଼ି ପକାଯାଇଥିବା କହିଛନ୍ତି ଲୋକନାଥ।ଆଇଆଇସି ଦ୍ରୌପଦୀଙ୍କ ମାଡ଼ରେ ଲୋକନାଥଙ୍କ ଅଣ୍ଟା ଭାଙ୍ଗିଯିବା ପରେ ଆଜି ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା ବୋଲି କନକ ନ୍ୟୁଜ ସୂତ୍ରରୁ ଜଣାପଡ଼ିଛି। କାରଣ ଯାହା ହୋଇଥାଉ ନା କାହିଁକି ଜଣେ କର୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ଦାନ୍ତ ଅପରାଧୀ ଭଳି ବିବେଚନା କରି ଏଭଳି ବେଡ଼ି ପକାଇବା ଘଟଣାକୁ ମୁଁ ଦୃଢ଼ ନିନ୍ଦା କରୁଛି। ଏଭଳି କିଛି ପୁଲିସ ଅଧିକାରୀଙ୍କ ପାଇଁ ଅନେକ ସମୟରେ ପୁଲିସ ସମାଜ ନିନ୍ଦିତ ହେଉଛି।
ମୁଖ୍ୟମନ୍ତ୍ରୀ ଏ ମାମଲାରେ ହସ୍ତକ୍ଷେପ କରିବାକୁ ମଣିଭଦ୍ରା ଖବର ତରଫରୁ ବିନମ୍ର ନିବେଦନ ।
BY DEBI PRASAD DASH
إرسال تعليق