ମହାବିଦ୍ୟାଳୟ ନୂତନଗୃହ ଶୁଭ ଉଦ୍ଘାଟନି ଉତ୍ସବ ରେ ଯୋଗଦେଲେ ଜିଲ୍ଲାପରିଷଦ ଅଧକ୍ଷା ବୈଜୟନ୍ତୀମାଳl ମହାନ୍ତି l
ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅଧିନ କୁମ୍ଭାରପଡା ଶ୍ରୀ ଶ୍ରୀ ଲଡ଼ୁକେଶ୍ୱର ଜୀଉ ମହାବିଦ୍ୟାଳୟ ର ନୂତନ ଗୃହ ର ଉଦ୍ଘାଟନୀ ଉତ୍ସବ ରେ ଉଦଘାଟକ ଭାବେ ଶ୍ରୀମତୀ ବୈଜୟନ୍ତୀ ମାଳା ମହାନ୍ତି ଯୋଗଦେଇ ଫଳକ ଉନ୍ନ ମୋଚନ ତଥା ଗୃହ ପ୍ରବେଶ କାର୍ଯ୍ୟ ସମ୍ପାଦନା କରିଥିଲେ l ଏହି ପରିପ୍ରେକ୍ଷୀରେ ଶୁ ଶୈକ୍ଷିକ ପରିବେଶ ଶୀର୍ଷକ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଅଖିଳ କୁମାର ପଣ୍ଡା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ପଣ୍ଡା ସଭା ମଣ୍ଡିତ ହୋଇଥିଲେ l ଅତିଥି ପରିଚୟ ତଥା ସଂଯୋଜନା କରିଥିଲେ ଯୁବ ଶିକ୍ଷାବିତ ଅଜୟ କୁମାର ସେଠୀ l ସମ୍ମାନିତ ଅତିଥି ଭାବେ ସୁସାହିତ୍ୟିକ ତଥା ଅବସରପ୍ରାପ୍ତ ଶିକ୍ଷକ ନଟବର ପ୍ରଧାନ, ମହାବିଦ୍ୟାଳୟ ର ଅଧକ୍ଷ ପ୍ରମୋଦ କୁମାର ରାଉତ, ନବନିର୍ବାଚିତ ସରପଞ୍ଚ ଚିନ୍ମୟ କୁମାର ପଣ୍ଡା ମଞ୍ଚାସିନ ଥିଲେ l ମହାବିଦ୍ୟାଳୟ ର ନୂତନ ଗୃହ ନିର୍ମାଣ ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତାଙ୍କ ପାଣ୍ଠି ରୁ ଅନୁଦାନ ରାଶି ପ୍ରଦାନ କରିଥିବାରୁ ମହାବିଦ୍ୟାଳୟ ତରଫରୁ ତାଙ୍କୁ ଧନ୍ୟବାଦଅର୍ପଣ କରାଯିବା ସହିତ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟପଟେ ନବ ନିର୍ବାଚିତ ସରପଞ୍ଚ ଚିନ୍ମୟ କୁମାର ପଣ୍ଡା ଙ୍କୁ ମଧ୍ୟ ମହାବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶ୍ରୀଯୁକ୍ତ ପଣ୍ଡା ଉକ୍ତ ନୂତନ ଗୃହ ର ବୈଦ୍ୟୁତିକ ଉପକରଣ ଗୁଡିକ ପାଇଁ ପଂଚାୟତ ପାଣ୍ଠି ରୁ ଅନୁଦାନ ରାଶି ପ୍ରଦାନ କରିବେ ବୋଲି ସର୍ବସମ୍ମୁଖରେ ଘୋଷଣା କରିଥିଲେ l ଗୁରୁ ଭକ୍ତି, ସ୍ୱଚ୍ଛ ପରିବେଶ ଗଠନ କୁ ଗୁରୁତ୍ବlରୋପ କରି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ପଣ୍ଡା ଉପସ୍ଥିତ ମହାବିଦ୍ୟାଳୟ ର କର୍ମଚାରୀ ଏବଂ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସlହିତ କରିବା ସହ କିଛି ଟିପଣୀ ପ୍ରଦାନ କରିଥିଲେ l ପରିଶେଷରେ ମୁଖ୍ୟ ଅତିଥି ଅଖିଳ କୁମାର ପଣ୍ଡା ଉପସ୍ଥିତ ସମସ୍ତ ଅତିଥି ତଥା ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ, ବିଦ୍ୟାର୍ଥୀ ଏବଂ ଗ୍ରାମର ଅନେକ ଶିକ୍ଷା ପ୍ରେମି ବ୍ୟକ୍ତି ବିଶେଷ ମାନେ ବହୁମୂଲ୍ୟ ସମୟ ଦେଇ ଉକ୍ତ ଉଦଘାଟନୀ ଉତ୍ସବ କୁ ସାଫଲ୍ୟମଣ୍ଡିତ କରିଥିବାରୁ ଧନ୍ୟବାଦ ପ୍ରଦାନ କରି ସଭା ସାଙ୍ଗ କରିଥିଲେ l
Post a Comment