ନାମାଙ୍କନ ଦାଖଲ ଦିବସ ରେ ଚକାମାଡି ବସିଲେ ସୌମ୍ୟ |
ଖଣ୍ଡପଡା, ପ୍ରଦୀପ କୁମାର ପଣ୍ଡା(ମଣିଭଦ୍ରା ଖବର)
ନୟାଗଡ଼ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କୁ ନେଇ ସବୁବେଳେ ରାଜନୈତିକ ଚର୍ଚ୍ଚା ହୋଇଆସୁଛି | ଚଳିତ ପଞ୍ଚାୟତ ନିର୍ବାଚନ ସମୟରେ ବିଧାୟକ ମହୋଦୟ ଙ୍କ ଦର୍ଶନ ମିଳିନଥିଲା | ତେବେ ବିଜେଡି ପ୍ରେମୀ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଙ୍କ ଦ୍ୱାରା ଚଳିତ ପଞ୍ଚାୟତ ନିର୍ବାଚନ ରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସଂଖ୍ୟାଗରିଷ୍ଠତା ହାସଲ ହୋଇଥିବା ଦୃଷ୍ଟି ଗୋଚର ହୋଇଛି | ବିଜେଡି ସୁପ୍ରିମୋ ଙ୍କ ପାଖରେ ନିଜେ ଗର୍ବିତ ହେବାପାଇଁ ସୌମ୍ୟ ପୌର ନିର୍ବାଚନ ରେ ନିଜ ଚେହେରା ପ୍ରଦର୍ଶନ କରୁଛନ୍ତି ବୋଲି ଖଣ୍ଡପଡା ଅଞ୍ଚଳରେ ହେଉଛି ଚର୍ଚ୍ଚା | ଅନ୍ୟପଟେ ପୌରନିର୍ବାଚନ ର ନାମାଙ୍କନ ଦାଖଲ ର ଅନ୍ତିମ ଦିବସରେ ଖଣ୍ଡପଡା ରେ ବିଜେଡି ସମର୍ଥିତ ପ୍ରାର୍ଥୀ ଙ୍କ ଶୋଭାଯାତ୍ରା ରେ ଯୋଗଦେଇ ସୌମ୍ୟ ଶେଷରେ ଅଫିସ ଗେଟ ପାଖରେ ଚକାମାଡି ବସିପଡିଥିଲେ | ଏହାଦେଖି ସୌମ୍ୟ ବିରୋଧୀ ମାନେ ସମାଲୋଚନା କରିଛନ୍ତି ଯେ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ହାତେଇବା ର ଲକ୍ଷ୍ୟ ର ଫାଇଦା ଉଠେଇ ପୌର ନିର୍ବାଚନ ରେ ପ୍ରଥମରୁ ଚକାମାଡି ବସିଲେଣି ସୋମ୍ୟ | ତେବେ ଆଗାମୀ ଦିନରେ ଖଣ୍ଡପଡା ବିଜ୍ଞାପିତ ଅଞ୍ଚଳରେ ବିଜେଡି ର ବାଜିମାତ ହେବ ବୋଲି ଶୂନ୍ୟବାଣୀ ପାଇଲେ କି ସୌମ୍ୟ ବୋଲି ବରିଷ୍ଠ ରାଜନୈତିଜ୍ଞ ମହଲରେ ହେଉଛି ଚର୍ଚ୍ଚା |
Post a Comment