BREAKING
Loading...
:

ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗ୍ରତ ଯାତ୍ରା ପାଇଁ ସ୍ବତନ୍ତ୍ର ବୈଠକ



 ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗ୍ରତ ଯାତ୍ରା ପାଇଁ ସ୍ବତନ୍ତ୍ର ବୈଠକ

ନୟାଗଡ :(ମଣିଭଦ୍ରା ଖବର) ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗ୍ରତ ଯାତ୍ରା ପାଇଁ ସ୍ବତନ୍ତ୍ର ବୈଠକ ନୟାଗଡ ନିୟୁ ରାଜବାଟି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ପୁରୀ, ଖୋର୍ଦ୍ଧା,ନୟାଗଡ ଜୋନର ସମସ୍ତ କର୍ମକର୍ତ୍ତା ଏହି ବୈଠକରେ ଉପସ୍ଥିତ ଥିଲେ । ମାର୍ଚ୍ଚ ମାସ ୨୯ ତାରିଖରେ ଏହି ରଥ ଭୂବନେଶ୍ବରରୁ ବାହାରି ପୁରୀ, ଖୋର୍ଦ୍ଧା ନୟାଗଡ ଜିଲ୍ଲା ପରିକ୍ରମା କରିବାକୁ ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ମାତୃପ୍ରେମୀ ଉପସ୍ଥିତ ରହି ଦିବ୍ୟ‌‌‌ କୃପା ଲାଭ କରିବାକୁ ନିଷ୍ପତ୍ତି ନିଆଗଲା । ଏହି କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଆବାହକ ସୁନିଲ ଭାଇ,ସନାତନ ଭାଇ, ସଞ୍ଜୟ ଭାଇ, ସୁକାନ୍ତ ଭାଇ,ଦିଲ୍ଲୀପ ଭାଇ,ବିଜୟ ଭାଇ ପ୍ରମୁଖ ଉପସ୍ଥିତ ଥିଲେ । 


By Debi prasad Dash

Post a Comment

Previous Post Next Post
Header ADS