BREAKING
Loading...
:

ସ୍ବତନ୍ତ୍ର ବିମାନ ଯୋଗେ ୟୁକ୍ରେନରୁ ଫେରିଲେ ୭୭ ଜଣ ଛାତ୍ର ଛାତ୍ରୀ

 

ଭୂବନେଶ୍ବର,(ମଣିଭଦ୍ରା ଖବର)


ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik  ଙ୍କ  ପ୍ରତ୍ୟକ୍ଷ ଦିଗଦର୍ଶନକ୍ରମେ ଏୟାର ଏସିଆ ର ସ୍ୱତନ୍ତ୍ର ବିମାନ ଯୋଗେ ୟୁକ୍ରେନରୁ ରାଜ୍ୟର ୭୭ ଜଣ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପରେ ବିଜୁ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ଏହି ଖୁସିର ମୁହୂର୍ତ୍ତରେ ସାମିଲ ହୋଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ଓଡ଼ିଶା ମାଟିରେ ପହଞ୍ଚିବା ପରେ ନିଜେ ବିମାନ ବନ୍ଦରରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ।  





ଯୁଦ୍ଧ ବିଧ୍ବସ୍ତ ୟୁକ୍ରେନରୁ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ସହ ନିଜେ ବିମାନ ବନ୍ଦରରେ ପହଞ୍ଚି ସେମାନଙ୍କୁ ସ୍ବାଗତ କରିବା ଏବଂ ସେମାନଙ୍କ ସହ ସବିଶେଷ  ଆଲୋଚନା କରିବା ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅସାଧାରଣ ନେତୃତ୍ବ ପାଇଁ ବିନମ୍ର ସାଧୁବାଦ ଜଣାଇଛନ୍ତି ମାନ୍ୟବର ସାଂସଦ ଡ ଅଚ୍ୟୁତ ସାମନ୍ତ।

Post a Comment

Previous Post Next Post
Header ADS