BREAKING
Loading...
:

ବିଦ୍ୟୁତ ଖୁଣ୍ଟକୁ ଧକ୍କାଦେଇ ବାଇକ ଚାଳକ ମୃତ, ଜଣେ ଗୁରୁତର



 

ବିଦ୍ୟୁତ ଖୁଣ୍ଟକୁ ଧକ୍କାଦେଇ ବାଇକ ଚାଳକ ମୃତ, ଜଣେ ଗୁରୁତର


ନୟାଗଡ: (ମଣିଭଦ୍ରା ଖବର) :ଆଜି ରାତି ୧୦ରେ ଓଡ଼ଗାଁ ଠାରୁ ନୟାଗଡ଼ ରାଜ୍ୟ ସଡକର ନନ୍ଦିଘୋର ନେଳିଆସାହି ଛକଠାରେ ବିଦ୍ୟୁତ ଖୁଣ୍ଟ ସହ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଥିଲା।ଘଟଣା ସ୍ଥଳରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଖବରପାଇ ଓଡ଼ଗାଁ ଦମକଳ ବାହିନୀ ମୃତ ଯୁବକକୁ ଓଡ଼ଗାଁ ଡାକ୍ତରଖାନା ଆଣିଥିଲେ।ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଯୁବକ ଜଣକ ଓଡ଼ଗାଁ ଗ୍ୟାରେଜ ପଛପାଖ ସାହିର ବନମାଳୀ ଦୋରାଙ୍କ ପୁଅ ରଶ୍ମି ରଞ୍ଜନ ଦୋରା (୨୫)।ଏବଂ ଦୁର୍ଘଟଣା ସ୍ଥଳରୁ ବାଇକ୍ ଯୋଗେ ଆସିଥିବା ଅନ୍ୟ ଜଣେ ଗୁରୁତର ଯୁବକଙ୍କୁ ଓଡ଼ଗାଁ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଥିବା ବେଳେ ସେ ମଧ୍ୟ ଓଡ଼ଗାଁର ବିକାଶ ମହାପାତ୍ର ଓରଫ ହାପି (୨୪) ବୋଲି ଜଣାପଡିଛି।
By Debi prasad Dash

Post a Comment

Previous Post Next Post
Header ADS