ଦଶମନ୍ତପୁର ତା 3/3/22
ସର୍ବ ଦଳୀୟ ସମର୍ଥନ ଓ ବିପୁଳ ବିଜୟୀ ପରେ ନୂତନ ସରପଞ୍ଚ ଙ୍କ ଆଜି ବିଜୟ ଉତ୍ସବ ପାଳିତ ହୋଇଯାଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡା ଗଡ଼ ପଞ୍ଚାୟତ ସଦର ମହକୁମା ସ୍ଥିତ ସାପ୍ତାହିକ ହାଟରେ। କଂଗ୍ରେସ, ବିଜେପି ଓ ବିଜେଡ଼ି ଭଳି ସମସ୍ତ ଦଳର କର୍ମୀ ଓ ପଞ୍ଚାୟତ ବାସୀ ଙ୍କ ବହୁ ସମର୍ଥନ ଓ ବିପୁଳ ଭୋଟ ରେ ବିଜୟୀ ହେବା ପରେ ସପ୍ତାହିକ ହାଟ ରେ ଖୁସି ମନାଇ ଛନ୍ତି। ବାଦ୍ୟ ର ତାଳେତାଳେ ଢେମଷା ନୃତ୍ୟ କରି ସମର୍ଥକ ମାନେ ଓ କର୍ମୀ ମାନେ ହାଟରେ ପହଞ୍ଚି , ଥିଲେ। ଏବଂ ନୂତନ ସରପଞ୍ଚ ଶ୍ରୀ ମତୀ ଅସ୍ତ ଭୋଇ, ନୂତନ ୱର୍ଡସଭ୍ୟ, ସଭ୍ୟା ମାନେ ହାଟୁଆ ଓ ପଞ୍ଚାୟତ ବାସୀ ଙ୍କୁ କୃତଜ୍ଞତା ଜଣାଇଥିବା ଦେଖିବାକୁ ମିଳିଛି । ଏହି ଉତ୍ସବ ରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧି ଜୀବୀ, ବରିଷ୍ଠ ନାଗରିକ ସହ ଜଗନ୍ନାଥ ସାହୁ, ଟୁମକୁ ଜେନା, ସିଦ୍ଧାର୍ଥ କୁଳଦିପ, ସୀତା ରାମ ରାଇ, ବନ ମଣ୍ଡଳ, ଉତ୍ତମ ବେନ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ତାପରେ ଶତାଧିକ ସମର୍ଥକ ମାନେ ପେଟ୍ରୋଲ ପମ୍ପ ଠାରୁ ଏକ ସଭା ଯାତ୍ରା ରେ ବାହାରି ବାଦ୍ୟ ର ତାଳେତାଳେ ନୃତ୍ୟ କରି ଖୁସି ମନାଇ ଥିବା ଦେଖିବାକୁ ମିଳିଥିଲା।ପ୍ରାର୍ଥୀ ଓ ସମର୍ଥକ ମାନଙ୍କ ପ୍ରତି କ୍ରିୟା ଅନୁସାରେ ଗତ ୫ ବର୍ଷ ରେ ପୋଡା ଗଡ଼ ପଞ୍ଚାୟତ ରେ କୈାଣସି ଆଖି ଦୃଶିଆ ବିକାଶ ହୋଇ ନାହିଁ। ଯାହା ଦ୍ଵାରା ପଞ୍ଚାୟତ ବାସୀ ଅସନ୍ତୋଷ ହୋଇ ଥିଲେ। ଏଥିରେ ଅନେକ ଯୋଗ୍ୟ ହିତାଧିକାରୀ ମାନେ ଆବାସ ଯୋଜନା ଘର ଠାରୁ ଆରମ୍ଭ କରି ବିଭିନ୍ନ ଜନହିତକର ଯୋଜନା ଗୁଡ଼ିକ ରୁ ବଞ୍ଚିତ ହୋଇ ଆସୁଛନ୍ତି। ଅଞ୍ଚଳ ର ବିକାଶ ପାଇଁ ଆସୁଥିବା ରାଜ କୋଷର କୋଟି କୋଟି ଟଙ୍କା ର ଦୁର୍ନୀତି ହୋଇଛି। ତେଣୁ ଆଗାମୀ ଦିନରେ ଏଭଳି ସମସ୍ୟା ର ସମାଧାନ କରିବା ସହ ପଞ୍ଚାୟତ ବାସୀ ର ପ୍ରତି ଟି ସମସ୍ୟା ର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି ସରପଞ୍ଚ ଶ୍ରୀ ମତୀ ଭୋଇ ପ୍ରକାଶ କରିଛନ୍ତି। ଲୋକ ଯେପରି ତାଙ୍କୁ ବିଶ୍ବାସ କରି ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିଛନ୍ତି, ସେହି ଭଳି ଲୋକ ଙ୍କ ସହିତ ମିଳି ମିଶି ସୁଖ ଓ ଦୁଃଖ ର ସାଥି ହୋଇ ରହିବେ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ନୂତନ ସରପଞ୍ଚ ପଞ୍ଚାୟତ ବାସୀ ର କେତେ ବିକାଶ କରିପାରୁଛନ୍ତି। ତାହା ହିଁ ସମସ୍ତ ର ନଜର।
إرسال تعليق