ତାଳଚେର ତା ୦୩/୦୩ ଏମସିଏଲ ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ ସ୍କୁଲ ଅନନ୍ତ ବିହାର ପରିସରରେ ଆଜି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଏମସିଏଲ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ପି.ବି.ରେଡ୍ଡୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ଡିଏଭି ପବ୍ଲିକ ସ୍କୁଲ ସମୁହର ଏ.ଆର.ଓ. ସୁରେନ୍ଦ୍ର କୁମାର ଭୋଇ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥିଭାବେ ଏମସିଏଲ ଜଗନ୍ନାଥ କ୍ଷେତ୍ରର ଏ.ଏଫ୍.ଏମ୍ ଚିତରଞ୍ଜନ ଦାସ,ସିଭିଲ ଷ୍ଟାଫ୍ ଅଫିସର ଏ.ତୀର୍ଥମଲାଇ,ନେହେରୁ ଶତାବ୍ଦୀ କେନ୍ଦ୍ରୀୟ ଚିକିତ୍ସାଳୟର ଏ.ଏଫ୍.ଏମ୍ ବାବୁରାମ ମଲ୍ଲିକ,ଇଲେକ୍ଟ୍ରିକାଲ ଏବଂ ମେଣ୍ଟେନାନ୍ସ ବିଭାଗର ଷ୍ଟାଫ୍ ଅଫିସର ଜୟ ପ୍ରକାଶ,ଜଗନ୍ନାଥ ଡିଏଭିର ଅଧ୍ୟକ୍ଷା ଶୁକ୍ଲା ଚକ୍ରବର୍ତୀ,ଡିଏଭି ଗାର୍ଲସ ହାଇସ୍କୁଲ ସି.ଡବ୍ଲ୍ୟୁ.ଏସ୍.ର ପ୍ରଧାନ ଶିକ୍ଷୟତ୍ରୀ ସବିତା ପୁଜାରୀ,ଲିଙ୍ଗରାଜ ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ପୃଷ୍ଟି ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି, ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଆଜିର ଉତ୍ସବ ପାଇଁ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ,ସଙ୍ଗୀତ ତଥା ଲଘୁ ହାସ୍ୟଧର୍ମୀ ନାଟକ ପରି ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର ପ୍ରାରମ୍ଭିକ ଅଭିଭାଷଣ ଦେବାସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବର୍ଷ ତମାମ ବିଦ୍ୟାଳୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପ୍ରମାଣପତ୍ର ସହିତ ପୁରସ୍କୃତ କରିଥିଲେ । ୨୦୨୧ ମସିହା ବାର୍ଷିକ ପରୀକ୍ଷାରେ ଉଭୟ ଦଶମ ଓ ଦ୍ୱାଦଣ ଶ୍ରେଣୀର କୃତି ଛାତ୍ରଛାତ୍ରୀ,ମେଧା ବୃତିର ଛାତ୍ରଛାତ୍ରୀ ପୁରସ୍କୃତ କରିଥିଲେ । ଏହି ଉତ୍ସବ ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ଜାଗୃତି’ ପତ୍ରିକାକୁ ଅତିଥିଗଣ ଉନ୍ମୋଚନ କରିଥିଲେ । ଏଥିସହିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ସି.ସି.ଏ ଚମ୍ପିୟାନ ଭାବେ ନନ୍ଦ କିଶୋର ହାଉସକୁ ସିଲଡ଼ କପ୍ ପ୍ରଦାନ କରାଯାଇଥିଲା ବେଳେ ଗଙ୍ଗାଧର ହାଉସକୁ ରନର୍ସ ଅପ୍ କପ୍ ପ୍ରଦାନ କରାଯାଇଥିଲା ।
إرسال تعليق