BREAKING
Loading...
:

ଷଷ୍ଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶର ଚାଲିଛି ମତଦାନ

 


ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଷଷ୍ଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତ ଗୋରଖପୁରରେ ମତଦାନ କରିଛନ୍ତି । ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ମତଦାନ ଚାଲିବ।ଏହି ପର୍ଯ୍ୟାୟରେ ୧୦ଟି ଜିଳ୍ଲାର ୫୭ଟି ନିର୍ବାଚନ ମଣ୍ଡଳୀରେ ଭୋଟଗ୍ରହଣ ଚାଲିଛି। ସେହି ନିର୍ବାଚନମଣ୍ଡଳୀ ଗୁଡିକ ବଲିଆ, ବଳାରାମପୁର, ସିଦ୍ଧାର୍ଥ ନଗର,ବସ୍ତୀ,ସନ୍ଥକବୀର ନଗର,ଆମ୍ବେଦକର ନଗର, ହମାରାଜଗଞ୍ଜ, କୁଷିନଗର, ଖୋରଖପୁର ଓ ଦେଉରିଆ ଜିଲ୍ଳାରେ ରହିଛି। ମୋଟ ୬୭୬ଜଣ ପ୍ରାର୍ଥୀ ଏହି ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୬୬ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଇଲେକଟ୍ରୋନିକ୍ସ ଭୋଟିଂ ମେସିନ୍‍ଗୁଡିକ ସହିତ ଭିଭିପାଟଗୁଡିକୁ ବ୍ୟବହାର କରାଯାଉଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଭୋଟଗ୍ରହଣ ସମୟରେ ସର୍ବାଧିକ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେଉଛନ୍ତି ।

Post a Comment

أحدث أقدم
Header ADS