ମୁମ୍ବାଇ: ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଖୁବଶୀଘ୍ର ପୁଣି ଥରେ ବିଗ୍ ସ୍କ୍ରିନ୍ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମର ନାମ ରହିଛି ‘ସୁଖୀ’, ଯାହା ମନୋରଞ୍ଜନ, ଲାଇଟ୍ ହାର୍ଟେଡ୍ ଏବଂ ସ୍ଲାଇସ୍ ଅଫ ଲାଇଫ୍କୁ ଦର୍ଶାଇବ । ଫିଲ୍ମର ପ୍ରଥମ ପୋଷ୍ଟର ସେୟାର କରି ଶିଳ୍ପା ତାଙ୍କ ନୂଆ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି ।ପୋଷ୍ଟରେ ଅଭିନେତ୍ରୀ ଶିଳ୍ପା ଗୋଟିଏ ହାତରେ ବେଲଣାକାଠି ଏବଂ ଅନ୍ୟ ହାତରେ ପର୍ସ ଧରିଥିବା ଦେଖିବାକୁ ମିଳିଛି । ଫିଲ୍ମର ମଜାଳିଆ ପୋଷ୍ଟରକୁ ଦେଖି ଜଣାପଡ଼ୁଛି ଯେ ଏଥିରେ ଶିଳ୍ପା ଜଣେ ଘରଣୀର ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି, ଯିଏ ଘର ସମ୍ଭାଳିବା ବ୍ୟତୀତ ଜୀବନରେ ନିଜ ପାଇଁ ବହୁତ କିଛି କରିବାର ଆଶା ରଖିଛନ୍ତି । ସେହିପରି ଶିଳ୍ପା ପୋଷ୍ଟର ସେୟାର କରିବା ସହ ମଜାଦାର କ୍ୟାପସନ ଦେଇ ଲେଖିଛନ୍ତି ଯେ ସେ ବେଧଡ଼କ, ବେସରମ୍ ଓ ବେପରୁଆ ହୋଇଯାଇଛନ୍ତି ।
ଏହି ଫିଲ୍ମ ଜରିଆରେ ସୋନଲ୍ ଯୋଶୀ ନିର୍ଦ୍ଦେଶନାରେ ଡେବୁ୍ୟ କରିବେ । ଏହାପୂର୍ବରୁ ସୋଲନ ‘ଧୁମ ୩’ ଏବଂ ‘ଜବ୍ ହ୍ୟାରି ମେଟ୍ ସେଜଲ’ ପରି ଫିଲ୍ମରେ ସହାୟକ ନିର୍ଦ୍ଦେଶକ ଭାବେ କାମ କରିସାରିଛନ୍ତି । ଏଥିସହ ‘ଶେରନୀ’, ‘ଛୋରୀ’ ଏବଂ ‘ଜଲସା’ ପରି ବ୍ଲକବଷ୍ଟର ଫିଲ୍ମ ନିର୍ମାଣ କରିବା ପରେ ଟି-ସିରିଜ ଏବଂ ଅବୁଦନ୍ତିଆ ଏଣ୍ଟରଟେନମେଟ୍ ମିଳିତ ଭାବେ ‘ସୁଖୀ’କୁ ପ୍ରଯୋଜନା ଦେବେ ।
إرسال تعليق