ଭିଟାମିନ୍ ସି’ ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ। ପ୍ରାକୃତିକ ଉତ୍ସରୁ ଏହି ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ଆହରଣ କରିବା ସର୍ବୋତ୍ତମ। ଯଦିଓ ଅସୁସ୍ଥତା କ୍ଷେତ୍ରରେ ଭିଟାମିନ୍ ସି’ ବଟିକା ନେଇପାରନ୍ତି, ତେବେ ଏହା ଡାକ୍ତରଙ୍କ ପରାମର୍ଶ କ୍ରମେ କରିବା ଜରୁରୀ। ଶରୀର ଏହାକୁ ପ୍ରସ୍ତୁତ କରିପାରୁନଥିବାରୁ ଖାଦ୍ୟ ଏବଂ ସପ୍ଲିମେଣ୍ଟରୁ ଏହି ଭିଟାମିନ ଗ୍ରହଣ କରିବାକୁ ପଡେ। ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଗୋଟିଏ କମଳା, ବ୍ରୋକୋଲି ଏବଂ ନାଲି ଲଙ୍କାରୁ ଦିନକର ପର୍ଯ୍ୟାପ୍ତ ଭିଟାମିନ୍ ସି’ ମିଳିପାରେ।ଏହା ଦୈନିକ ୬୫ରୁ ୯୦ ମିଲିଗ୍ରାମ ଆବଶ୍ୟକ ହେଉଥିବା ବେଳେ ୨୦୦୦ ମିଲିଗ୍ରାମ ପର୍ଯ୍ୟନ୍ତ ସେବନ କରାଯାଇପାରିବ।
ଭିଟାମିନ୍ ସି
Debi Prasad Dash
0

إرسال تعليق