ରାସ୍ତାରେ ଜଳିଗଲା ମାଲ ବୋଝେଇ ଟ୍ରକ:କଟକ(ମଣିଭଦ୍ରା ଖବର)ଆଜି ସକାଳେ କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖର ପୁର ଅଞ୍ଚଳରେ ଏକ ମାଲ ଵୋଝେଇ ଟ୍ରକ ସମ୍ପୁଣ୍ଣ ଭାବେ ଜଳି ଯାଇଛି।ଘଟଣାର ବିବରଣୀରୁ ଜଣା ପଡ଼ିଛି ଯେ,ଉକ୍ତ ରାସ୍ତାରେ ପୂର୍ବରୁ ଅଚଳ ଅବସ୍ତାରେ ଏକ ବଲେରୋ ରହିଥିଲା।ମାତ୍ର ଘନ କୁହୁଡି ଯୋଗୁ ଟ୍ରକ ର ଡ୍ରାଇଭର ବଲେରୋ ଟିକୁ ଦେଖି ନପାରିବାରୁ ଟ୍ରକ ଟି ଦୃତ ଗତିରେ ଆସି ବଲେରୋ ରେ ଧକ୍କା ହୋଇ ପାର୍ଶ୍ୱରେ ଥିବା ରୋଡ ଡିଭାଇଡ଼ର ପାଖକୁ ମାଡି ଯାଇ ନିଆଁ ଲାଗିଯାଇଥିଲା।ବଲେରୋ ଟିରେ ମଧ୍ୟ ନିଆଁ ଲାଗି ଯାଇଥିଲା।ଯାହା ଫଳରେ ଟ୍ରକ ରେ ଥିବା ଲକ୍ଷାଧିକ ଟଙ୍କାର ଆମାଜନ କମ୍ପାନୀ ର ପାର୍ଶଲ ସାମଗ୍ରୀ ସମ୍ପୁଣ୍ଣ ଭାବେ ଜଳି ଯାଇଥିଲା।ଖବର ପାଇ ଅଗ୍ନିଶମ ବାହିନୀ ର କର୍ମଚାରୀ ମାନେ ଆସି ନିଆଁ କୁ ଆୟତ କରଥିଲେ।ଘଟଣା ସ୍ଥଳରେ ଚଉଳିଆଗଞ୍ଜ ଥାନା ର ଅଧିକାରୀ ମାନେ ପହଂଛି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।
By Debi prasad Dash
Post a Comment