*ଖବର ଆଜିର*
ତାରିଖ ୧୧-୦୩-୨୦୨୨/ଶୁକ୍ରବାର(ମଣିଭଦ୍ରା ଖବର)
୧-ୟୁପିରେ ବିଜେପିକୁ ଝଟକା । ନିର୍ବାଚନ ହାରିଗଲେ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ।
୨-୫ ମଧ୍ୟରୁ ୪ ରାଜ୍ୟରେ ବିଜେପିର ବାଜିମାତ୍: ୟୁପିରେ ଯୋଗୀ, ପଞ୍ଜାବରେ କେଜ୍ରିୱାଲ କରିସ୍ମା, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ମଧ୍ୟ ବିଜେପି ।
୩-ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ସଂଖ୍ୟାଗରିଷ୍ଠତା ସହ ବିଜୟ ହାସଲ କରିଛି। ବହୁମତରେ ବିଜୟ ହାସଲ କରିବା ପରେ ରାଜ୍ୟରେ ଇତିହାସ ସୃଷ୍ଟି କରିଛି ଏଏପି। ନିର୍ବାଚନ ଫଳାଫଳ ଆସିବା ପରେ ଟୁଇଟର ଓ ଫେସ୍ବୁକ୍ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଟ୍ରେଣ୍ଡ କରୁଛନ୍ତି। ଏଏପିର ମୁଖ୍ୟମନ୍ତ୍ରୀ ଚେହେରା ଭଗଓ୍ବନ୍ତ ମାନଙ୍କ ତୁଳନା ଜେଲେନ୍ସ୍କିଙ୍କ ସହ କରାଯାଉଛି। କାରଣ ଜେଲେନ୍ସ୍କି ମଧ୍ୟ ଭଗଓ୍ବନ୍ତଙ୍କ ଭଳି ଜଣେ କମେଡିଆନ ଥିଲେ।
୪-ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗିଥିବା କଟକଣାକୁ ଉଚ୍ଛେଦ କଲା ଭାରତୀୟ ରେଳବାଇ ।
୫-ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ: ସେପଟେ ସୁପ୍ରିମକୋର୍ଟଙ୍କୁ ଭୁଲ ତଥ୍ୟ ଦେଇ ନ୍ୟାୟାଳୟଙ୍କ ଘୋର ଅବମାନନା କରିଥିବା ଅଭିଯୋଗ କଲେ ସରକାର ।
୬-ବିଧାନସଭା ନିର୍ବାଚନ ଫଳାଫଳ ପରେ ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ କର୍ମୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ।
୭-ଉତ୍ତରପ୍ରଦେଶରେ ବିଜେପିର ବିଜୟ ୨୦୨୪ ନିର୍ବାଚନର ଫଳାଫଳ ସ୍ଥିର କରିଦେଇଛି : ମୋଦୀ
୮-ସବୁଠୁ ବଡ଼ ଚର୍ଚ୍ଚା, ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଚିତ୍ପଟାଙ୍ଗ କରିଦେଲେ ମୋବାଇଲ ମେକାନିକ୍ ଲାଭ ସିଂହ ।
୯-ପୁଣି କଂଗ୍ରେସର ଫ୍ଲପ୍ ସୋ । ୟୁପିରେ ଫେଲ୍ ମାରିଲା ପ୍ରିୟଙ୍କାଙ୍କ ପ୍ରଚାର । ପଞ୍ଜାବରେ କାମ ଦେଲାନି ରାହୁଲଙ୍କ ରଣନୀତି ।
୧୦-ଉତ୍ତରାଖଣ୍ଡରେ ପୁଣିଥରେ ସରକାର ଗଢିବ ବିଜେପି । ଦଳ ଏଠାରେ ମ୍ୟାଜିକ ନମ୍ବର ଠାରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ସରକାର ଗଢିବା ନେଇ ବାଟ ଫିଟିଛି । ଦଳ ଏଠାରେ ବିଜୟୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଖଟିମା ବିଧାନସଭା ଆସନରୁ ପରାସ୍ତ ହୋଇଛନ୍ତି ।।।
୧୧-ୟୁ୍କ୍ରେନ ଉପରେ ଋଷର ଯୁଦ୍ଧକୁ ନେଇ ବିଶ୍ବର ବୃହତ ଇ କର୍ମସ କମ୍ପାନୀ ଆମାଜନ୍ ଲଗାଇଲା ପ୍ରତିବନ୍ଧକ ।
୧୨-ଶାନ୍ତି ଶୃଙ୍ଖଳାର ସହିତ ପୌର ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାପାଳ-ଏସ୍ପିଙ୍କ ସହ କଥା ହେଲେ ରାଜ୍ୟ ନିର୍ବାଚନ କମିସନର ।
୧୩-ବାଧ୍ୟତାମୂଳକ ସୈନ୍ୟ ସେବକଙ୍କୁ ରୁଷ୍ ୟୁକ୍ରେନ୍ ଯୁଦ୍ଧକୁ ପଠାଇଥିବା ମାନିଲା ।
୧୪-ମହିଳା କ୍ରିକେଟ ବିଶ୍ବକପ: ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ।
୧୫-ରାଜ୍ୟର ସମସ୍ତ ଗ୍ରାମ ପଂଚାୟତର ନାଏବ୍ ସରପଂଚ ପଦବୀ ନିମନ୍ତେପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ।
୧୬-ସମ୍ ଅଲଟିମେଟ ମେଡ଼ିକେୟାରରେ ଆରମ୍ଭ ହେବ କ୍ୟାଡଭର ପ୍ରତ୍ୟାରୋପଣ ସେବା ।
୧୭-ନୂଆ ଦଳରେ ଶୁଭ୍ରାଂଶୁ: IPL ୨୦୨୨ ପାଇଁ ଚେନ୍ନାଇ କ୍ୟାମ୍ପରେ ଯୋଗ ଦେଲେ ଓଡିଶାର ଅଧିନାୟକ ।
*ଶୁଭ ସକାଳ,ସୁପ୍ରଭାତ*
Post a Comment