ନୟାଗଡ : (ମଣିଭଦ୍ରା ଖବର) ଚାଇଲଡ ଲାଇନ୍ନ ଓ ସିଡିପିଓ ମିଳିତ ଭାବରେ ରଣପୁର ବ୍ଲକ ରେ 1ବାଲ୍ୟ ବିବାହ ରୋକା ଯାଇଛି, ଝିଅକୁ ଝିଅର ବାପା ମା ଏକ ମନ୍ଦିର ରେ ବାହାକରାଇବା ପାଇଁ ନେବାକୁ ପ୍ରସ୍ତୁତ ହେଉଥିଲେ ଓ ପୁଅ ଘର ପଟୁ ଗାଡି ଆସି ଝିଅ କୁ ନବା ପାଇଁ ଥିବା ବେଳେ ସେତିକି ସମୟ ରେ ଚାଇଲଡ ଲାଇନ୍ନ ଓ ଚାନ୍ଦପୁର ପୋଲିସ ସେ ସ୍ଥାନରେ ପହଁଚି ଯାଇଥିଲେ, ଝିଅ ଘର ଲୋକଙ୍କୁ ବାଲ୍ୟ ବିବାହ ବିଷୟରେ ବୁଝା ଯାଇଥିଲା ଓ ଝିଅକୁ ସେ ସ୍ଥାନରୁ ଉଦ୍ଧାର କରା ଯାଇ ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜ଼ିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟଳାୟରେ ହାଜର କରା ଯାଇଥିଲା ଓ ପିଲାକୁ ସଖୀ କାର୍ଯ୍ୟ ଲୟରେ ରଖା ଯାଇଛି.
ଝିଅର ବାପା -ସୁଶାନ୍ତ ମହାନ୍ତି ମାତା_ଛବିରାଣୀ ମହାନ୍ତି
-ଗ୍ରାମ. ପଟିଆ, ଚାନ୍ଦପୁର, ନୟାଗଡ.
ପୁଅ -ଜଗନ୍ନାଥ ପଟ୍ଟନାୟକ ( 26)
ପିତା - କୃଷ୍ଣ ଚନ୍ଦ୍ର ପଟ୍ଟନାୟକ
ଗ୍ରାମ -ମାଟିଆ ପଡା, ଚାନ୍ଦପୁର.
ଏହି ଟିମ ରେ ଚାଇଲଡ ଲାଇନ୍ନ ର ଚନ୍ଦ୍ରଶେଖର ବେହେରା, ସୁଜାତା ବେହେରା, ବାଲ୍ୟବିବାହ ନିଷେଧ ଅଧିକାରୀ, ବ୍ରହ୍ମତ୍ରୀ ମିଶ୍ର ଓ ଚାନ୍ଦପୁର ପୋଲିସ ଷ୍ଟାଫ ଉପସ୍ଥିତ ଥିଲେ ।
Post a Comment