BREAKING
Loading...
:

ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରାକୁ ଉଦଘାଟନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ



ମହାଯୋଗୀ ଶ୍ରୀଅରବିନ୍ଦଙ୍କର ୧୫୦ ତମ ଜନ୍ମଜୟନ୍ତୀ ଉପଲକ୍ଷେ

ଶ୍ରୀଅରବିନ୍ଦ ଅତିମାନସ ଚେତନା ଜାଗରଣ ଯାତ୍ରା ଉଦଘାଟିତ

 ଭାରତର ମହାନ ସ୍ଵାଧୀନତା ସଂଗ୍ରାମୀ,ଅଖଣ୍ଡ ଭାରତର ଭବିଷ୍ୟଦ୍ରଷ୍ଟା, ମହଯୋଗୀ ଶ୍ରୀଅରବିନ୍ଦ ଭାରତର ପ୍ରଥମ ବ୍ୟକ୍ତି ଭାବେ ଆମ ଦେଶ ପାଇଁ ପୂର୍ଣ୍ଣ ସ୍ଵରାଜ୍ୟ ଦାବି କରି ବ୍ରିଟିଶ୍ ଶାସନକୁ ଆହ୍ଵାନ ଦେଇଥିଲେ l ସେ ନିଜର ଆଧ୍ୟାତ୍ମିକ ଶକ୍ତି ଓ ବ୍ରହ୍ମତେଜ ବଳରେ ଭାରତର ସ୍ଵାଧନତାକୁ ସୁନିଶ୍ଚିତ କରିଦେଇଥିଲେ । ତାଙ୍କର ମହାନ ତପସ୍ୟା ବଳରେ ନିଜ ଦିବ୍ୟ ଶରୀରକୁ ମନୁଷ୍ୟ ଜାତି ପାଇଁ ତ୍ୟାଗ କରି ୧୯୫୦ ମସିହା ଡିସେମ୍ବର ୫ ରେ ଏକ ନୂତନ ବିଶ୍ଵର ପ୍ରତିଷ୍ଠା ପାଇଁ ଅତିମାନସ ଶକ୍ତିକୁ ସେ ଧରାବତରଣ କରାଇଥିଲେ ଯାହା ଫଳରେ ବିବର୍ତ୍ତନ ପ୍ରକ୍ରିୟା କ୍ରମେ ମାନବ ପରେ ଏକ ନୂତନ ମାନବ ଜାତି ଅତିମାନବର  ଆବିର୍ଭାବ ହେବ l ମନୁଷ୍ୟ ବାର୍ଦ୍ଧକ୍ୟ, ରୋଗ, ଯନ୍ତ୍ରଣା ମୃତ୍ୟୁକୁ ଅତିକ୍ରମ କରି ହେବ ଦେବ ମାନବ l
         ସେହି ମହାଯୋଗୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଓଡ଼ିଶାବାସୀଙ୍କ ମଧ୍ୟରେ ତାଙ୍କ ଦର୍ଶନକୁ ପ୍ରସାର କରିବା ଉଦ୍ଦେଶ୍ୟରେ ଅବିଭ୍ୟକ୍ତ ପୁରୀ ଜିଲ୍ଲାରେ ( ନୟାଗଡ଼, ଖୋର୍ଦ୍ଧା, ପୂରୀ) ୩ ଦିନ ବ୍ୟାପି ଅତିମାନସ ଜାଗରଣ ଯାତ୍ରା ଅନୁଷ୍ଠିତ ହେଉଛି। ଏହି ଯାଗରଣ ଯାତ୍ରାକୁ ଭୂବନେଶ୍ବରର ଖଣ୍ଡଗିରି ଠାରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସେ ଅନେକ ଖୁସି ବ୍ୟକ୍ତ କରିଛନ୍ତି । ଶ୍ରୀଅରବିନ୍ଦଙ୍କ ଭଳି ଜଣେ ସ୍ବାଧୀନତା ସଂଗ୍ରାମୀ ଭାରତରେ ବିରଳ ବୋଲି ସେ ପ୍ରକାଶ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପୁରୀ ଖୋର୍ଦ୍ଧା ନୟାଗଡ ଜିଲ୍ଲାର ତଥା ରାଜ୍ୟର କୋଣ ଅନୁକୋଣରେ ଥିବା ମାତୃପ୍ରେମୀ ଉପସ୍ଥିତ ଥିଲେ । 






BY DEBI PRASAD DASH
           
                                                                           
                                                            

Post a Comment

أحدث أقدم
Header ADS