BREAKING
Loading...
:

ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ; ମାର୍ଚ୍ଚରେ ବର୍ଷା ସମ୍ଭାବନା

 


ଭୁବନେଶ୍ବର: ଚଳିତ ମାର୍ଚ୍ଚ ମାସରେ ବର୍ଷା ହୋଇପାରେ। ଏପ୍ରିଲ ଓ ମେ’ ମା‌ସରେ ମଧ୍ୟ ଗତବର୍ଷ ଭଳି ଗରମ ହେବ ନାହିଁ। ଅର୍ଥାତ ସୂର୍ଯ୍ୟକିରଣର ପ୍ରଭାବ ସେତେ ବେଶୀ ରହିବ ନାହିଁ। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏଭଳି ପୂର୍ବାନୁମାନ କରିଛନ୍ତି। ଶ୍ରୀ ଦାସଙ୍କ କହିବା ଅନୁସାରେ ଚଳିତ ବର୍ଷ ଗରମ କମ ହେବ। ଭାରତୀୟ ପାଣିପାଗ ବିଭାଗର ଦୀର୍ଘକାଳୀନ ପୂର୍ବାନୁମାନ ଅନୁସାରେ ପ୍ରଶାନ୍ତମହାସାଗରର ଜଳବାୟୁ ପ୍ରକ୍ରିୟା ଲା ନିନାର ପ୍ରଭାବରେ ମାର୍ଚ୍ଚରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ଟିକେ ଅଧିକ ତାପମାତ୍ରା ରହିପାରେ। କିନ୍ତୁ ଏପ୍ରିଲ ଓ ମେ’ ମାସରେ ଗରମ କମ ରହିବ, ମାର୍ଚ୍ଚରେ ବର୍ଷାର ସମ୍ଭାବନା ରହିଛି । ଏପ୍ରିଲ ଓ ମେ’ ମାସରେ ଦିନର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବ ନାହିଁ। ଦିନ ବେଳା ମଧ୍ୟ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହିବ। ଗ୍ରୀଷ୍ମ ଋତୁ ଅର୍ଥାତ ମାର୍ଚ୍ଚ ମାସଠାରୁ ମେ’ ମାସ ଯାଏଁ ତାତି ଅଧିକ ରହିବ ନାହିଁ।

Post a Comment

أحدث أقدم
Header ADS