BREAKING
Loading...
:

କୁଖ୍ୟାତ ଚୋର ଗ୍ୟାଙ୍ଗ ଠାବ, ୪ ଗିରଫ: ବନ୍ଧୁକ, ଛୁରୀ, ବୁଲେଟ୍‌ ସହ ନଗଦ ଟଙ୍କା ଜବତ ।

 କୁଖ୍ୟାତ ଚୋର ଗ୍ୟାଙ୍ଗ ଠାବ, ୪ ଗିରଫ: ବନ୍ଧୁକ, ଛୁରୀ, ବୁଲେଟ୍‌ ସହ ନଗଦ ଟଙ୍କା ଜବତ ।



ବାଲିଗୁଡା, -: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଦୋକାନ ଚୋରି, ଗାଡ଼ି ଚୋରି, ସୁନାଗହଣା ଲୁଟ୍‌ ଏବଂ ଗାଡ଼ିର ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଭଳି ଘଟଣା ପୁଲିସର ଚିନ୍ତା ବଢ଼ାଇଥିଲା। ଏହି ଘଟଣା ଗୁଡ଼ିକରେ ସମ୍ପୃକ୍ତ ଏକ ଚୋର ଗ୍ୟାଙ୍ଗକୁ ଠାବ କରି କୋଟଗଡ଼ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ନିକଟରେ କୋଟଗଡ଼ ନୂଆ କୁମ୍ଭାର ସାହିର ମଞ୍ଜୁ ନାୟକଙ୍କ ଘରେ ପଶି ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ସୁନାଗହଣା ସହ ନଗଦ ୨୫ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ ଲୁଟି ନେଇଥିଲେ। ଏନେଇ କୋଟଗଡ଼ ଥାନାରେ କେସ୍‌ ନଂ ୧୫୮/୨୦୨୬ ରୁଜୁ ହୋଇଥିଲା। ଥାନା ଅଧିକାରୀ ସମ୍ବିତ ସ୍ୱାଇଁଙ୍କ ନେତୃତ୍ୱରେ ପୁଲିସ ତଦନ୍ତ ଆରମ୍ଭ କରି ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗର ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନୀଳିମାଝୀଗୁଡ଼ାର ସମିତ କୁମାର ପାଲଟାସିଂ, କୋଟଗଡ଼ର ବିକାଶ ବଳିଆରସିଂ, ରୋହିତ ନାୟକ ଏବଂ ତୁମୁଡ଼ିବନ୍ଧର ରାହୁଲ ମାନସେଟ। ପୁଲିସ ସେମାନଙ୍କ ନିକଟରୁ ନଗଦ ୧୪,୭୦୦ ଟଙ୍କା, ଗୋଟିଏ ବନ୍ଧୁକ, ଗୋଟିଏ ଛୁରୀ, ଗୋଟିଏ ବୁଲେଟ୍‌ ମୋଟର ସାଇକେଲ ଓ ୨ଟି ମୋବାଇଲ ଫୋନ ଜବତ କରିଛି। ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସର ତଦନ୍ତ ଜାରି ରହିଛି। ଗିରଫ ୪ ଅଭିଯୁକ୍ତଙ୍କ ର ମେଡିକାଲ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ଜଣାପଡ଼ିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS