ଗ୍ରାମ୍ୟ ଆଲୋକୀକରଣ ବ୍ୟବସ୍ଥା ଅଚଳ ।
ପରଜଙ୍ଗ,- : ପରଜଙ୍ଗ, ଗ୍ରାମ୍ୟ ଆଲୋକୀକରଣ ଯୋଜନା ପାଲଟିଛି ଉଅନ୍ଧାରୀ ଯୋଜନା l ଗ୍ରାମାଞ୍ଚଳ ରେ ଲାଇଟ ଜଳିବ ଗାଁ ହବ ଆଲୋକୀକରଣ ପ୍ରତି ବିଦ୍ୱତ ଖୁଣ୍ଟିରେ ଝଲସିବ ଉଜ୍ବଳ ଆଲୋକ l ଏହି ଲକ୍ଷ୍ୟରେ ପ୍ରତି ପଞ୍ଚାୟତ ଆଲୋକୀକରଣ ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର l ମାତ୍ର ପ୍ରଶାସନ ର ଖାମ ଖାଲି ମନଭାବ ଲାଗି ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି ଲୋକେ l ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମ ପଞ୍ଚାୟତ ରେ କିଛି ସ୍ଥାନରେ ଲାଇଟ ଅଛି ହେଲେ ଅଚଳ ହୋଇ ପଡିଛି ତାହା ମଧ୍ୟରୁ କର୍ଣ୍ଣାଟପୁର ଗ୍ରାମ ରେ କୌଣସି ଲାଇଟ ବ୍ୟବସ୍ଥା ନାହିଁ l ପ୍ରତି ସହର ରେ ସନ୍ଧ୍ୟା ହେବା ମାତ୍ରେ ପ୍ରତ୍ୟେକ ବିଦ୍ୱତ ଖୁଣ୍ଟରେ ଆଲୋକ ମାଳ ଝଲସି ଉଠେ ସଭିଏଁ ନିର୍ଭୟ ରେ ଚଳି ଯାଆନ୍ତି ଏବଂ ସୁଖରେ ଜୀବନ ଅତିବାହିତ କରନ୍ତି l ଗ୍ରାମାଞ୍ଚଳ ରେ ଏହି ଯୋଜନା ମାଧ୍ୟମରେ ଅନ୍ଧାର ଦୂର କରିବା ପାଇଁ ଗାଁ ଗହଳି ରାସ୍ତା ପାର୍ଶ୍ଵ ସମସ୍ତ ଛକ ଆଲୋକୀକର ପଥ ପ୍ରାନ୍ତ ପଥଚାରୀ ମାନଙ୍କ ପାଇଁ ଷ୍ଟ୍ରିଟ ଲାଇଟ ର ବ୍ୟବସ୍ଥା ସରକାର କରିଛନ୍ତି l ଭାତ ହାଣ୍ଡିରୁ ଗୁଟିଏ ଭାତ ଚିପିବା ଭଳି ଏହାର ଜ୍ୱଳନ୍ତ ଉଦାହରଣ କିଛି ସ୍ଥାନରେ ଲାଇଟ ଅଛି ହେଲେ ଅଚଳ ହୋଇ ପଡ଼ିଛି l ପଞ୍ଚାୟତ ଅଧିକାରୀ ଓ ପ୍ରଶାସନ ଙ୍କ ଜରିଆରେ ପଞ୍ଚାୟତ ମାନଙ୍କ ରେ ବିଦ୍ଵତ କରଣ କରାଯାଇଥିଲା l ମାତ୍ର ସଞ୍ଜ ନଇଁଲେ ରାସ୍ତା ଘାଟ ଅନ୍ଧାର ଗ୍ରାମର ଛକ ବଜାର ମାନଙ୍କ ରେ ମଦ୍ୟପ ଓ ଡକାୟତି ମାନେ ଆଡ୍ଡା ଜମାଇବା ଦେଖିବାକୁ ମିଳୁଛି l ଗ୍ରାମାଞ୍ଚଳ ର ଅନ୍ଧାରୀ ଦୂର ହେଉନି ଲୋକେ ଜୀବ ଜନ୍ତୁ ଶିକାର ହେଉଛନ୍ତି l ଛୁଟ ପିଲାଙ୍କ ଠୁ ବୃଦ୍ଧ ଓ ବୃଦ୍ଧା ସମସ୍ତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏ ନେଇ ଗ୍ରାମବାସୀ ମାନେ ଆଲୋକୀକରଣ କରିବା ପାଇଁ ପ୍ରଶାସନ ଙ୍କୁ ଦାବୀ କରିଛନ୍ତି l ଖାଲି ଦେଖି ବାକୁ ବାକି ରହିଲା କେଭେ ଅନ୍ଧାର ଦୂର ହେଉଛି ଓ ଲାଇଟ ଗୁଡିକ ମରାମତି କରଯାଉଛି, ଏବଂ ପ୍ରଶାସନ ଗ୍ରାମାଞ୍ଚଳ ର ଅନ୍ଧାର କେଭେ ଦୂର କରୁଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment