ଫିଲ୍ମ ଷ୍ଟାଇଲରେ ଆସିଲେ ଉଠାଇନେଲେ, ଫେରାର ଥିବା ଦୁଇ ଜଣ ଗିରଫ
ଗଣିଆ ୭/୦୯(ମଣିଭଦ୍ରା ଖବର) ଫିଲ୍ମ ଷ୍ଟାଇଲରେ ଆସିଲେ କେହି କିଛି ବୁଝିବା ଆଗରୁ ଉଠାଇନେଲେ । ଏଭଳି ଏକ ଘଟଣା ଘଟିଛି ଗଣିଆରେ । ଗଣିଆ ଥାନା ଏଏସଆଇ ଶାହା ଆଲାମ ଖାଁ ଏବେ ବେଶ୍ ଚର୍ଚ୍ଚାରେ । ରାତି ଅଧିଆ ଚଢାଉ ଠାରୁ ଆରମ୍ଭ କରି ବାଲିଗାଡି,ଚେକି°,ଓ୍ବାରେଣ୍ଟି ଗିରଫ କରିବାରେ ଧୁରନ୍ଧର ସାଜିଛନ୍ତି । ଗଣିଆରେ ଯୋଗଦେବା ଦିନଠାରୁ ଅପରାଧୀ ମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିଛନ୍ତି ଏହି ଅଧିକାରୀ । ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିୟାଙ୍କ ନିର୍ଦ୍ଦେଶରେ ସୋମବାର ଦିବା ୧୨ ଘଟିକା ସମୟରେ ଗଣିଆ ଇନ୍ଦିପଟା ଛକରେ ଛିଡା ହୋଇଥିବା ସୁଧାଂଶୁ ଶେଖର ପାଣିଗ୍ରାହୀଙ୍କୁ ଉଠାଇ ଆଣିଥିଲେ ।
ସୁଧାଂଶୁ ୨୦୧୨ ମସିହାରେ ଗୋଟିଏ ଅପହରଣ ଘଟଣାରେ ଫେରାର ଥିଲେ । କେହି କିଛି ବୁଝିବା ଆଗରୁ ତାକୁ ଉଠାଇ ନେଇ ସଙ୍ଗେ ସଙ୍ଗେ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେହିପରି ଗଣିଆ ପଞ୍ଚାୟତର ତପନ କୁମାର ବେହେରାଙ୍କୁ ମଧ୍ୟ ଉଠାଇ ଆଣିଥିଲେ । ତପନ ୨୦୦୯ ମସିହାରେ ଗୋଟିଏ ମର୍ଡର କେସରେ ସଂପୃକ୍ତ ଥିବା ବେଳେ ଫେରାର ଥିବା ପୋଲିସ ପ୍ରକାଶ କରିଛି । ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଏଏସଆଇ ଶାହା ଆଲାମ ଖାଁ ପ୍ରକାଶ କରିଛନ୍ତି । ତେବେ ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ



Post a Comment