BREAKING
Loading...
:

ବାଇକ ଦୁର୍ଘଟଣାରେ କନେଷ୍ଟବଳଙ୍କ ମୃତ୍ୟୁ

 ବାଇକ ଦୁର୍ଘଟଣାରେ କନେଷ୍ଟବଳଙ୍କ ମୃତ୍ୟୁ 



ଲାଞ୍ଜିଗଡ, -: ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନାର କନେଷ୍ଟବଲ ଭବାନୀ ଶଙ୍କର ସା (୩୪)ଙ୍କ ବାଇକ ଦୁର୍ଘଟଣାରେ  ଗତ ରାତିରେ ମୃତ୍ୟୁ ଘଟିଛି  I ସୂଚନାନୁସାରେ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନେଷ୍ଟବଳ ଜଣକ କେଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡI ଗ୍ରାମର 

ଭବାନୀ ଶଙ୍କର ରାତି ପ୍ରାୟ ୯ ଘଣ୍ଟା ସମୟରେ ବାଇକ ଯୋଗେ ପେଟ୍ରୋଲିଙ୍ଗ ପାଇଁ ଯାଉଥିବା ବେଳେ ବକଟପୁର ନିକଟରେ ବାଇକ ଭାରସାମ୍ୟ ହରାଇ ତଳେ ପଡିଯାଇଥିଲେ I ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନସ ଡକାଇ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ I ଡାକ୍ତରଖାନାରେ ଚିକିତ୍ସା ପରେ ଡାକ୍ତର ମୃତ ଘୋଷଣା କରିଥିଲେ I ଖବରପାଇ ବିଶ୍ୱନାଥପୁର ଥାନାଧିକାରୀ କଳ୍ପନା ବେହେରା ଡାକ୍ତର ଖାନାରେ ପହଞ୍ଚି ମୃତଦେହ ଦେଖିଲା ପରେ ବିଶ୍ୱନାଥପୁର ଥାନାର କନେଷ୍ଟବଲ ବୋଲି ଚିହ୍ନଟ କରିଥିଲେ ଏବଂ ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ ପଠାଇଥିଲେ I  ରାତି ହୋଇଯାଇଥିବାରୁ ଶବ ବ୍ୟବଛେଦ ହୋଇପାରିଲା ନାହିଁ , ପରବର୍ତି ସମୟରେ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଗଲା I ଏ ନେଇ ବିଶ୍ୱନାଥପୁର ଥାନାଧିକାରୀ କଳ୍ପନା ବେହେରାଙ୍କୁ ପଚାରିବାରୁ ସେ ଆମ ଥାନାର କନେଷ୍ଟବଳ ଅଟେ ସେ ପୁରୀରୁ ରଥଯାତ୍ରା ଡିଉଟି ସାରି ଫେରିଥିଲା ଏବଂ ରାତି ପାୟ ୯ ଘଣ୍ଟା ସମୟରେ ବାଇକ ପେଟ୍ରୋଲିଙ୍ଗ ପାଇଁ ଯାଇଥିଲା ଏବଂ ତାର ବାଇକ ଦୁର୍ଘଟଣା ହୋଇଥିଲା I ଏ ନେଇ ବିଶ୍ୱନାଥପୁର ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ  ସକାଳେ କେସିଙ୍ଗା ଏସଡ଼ିପିଓ ସନ୍ଦୀପ ମାଝୀ ମଧ୍ୟ୍ୟ ଆସି ତଦନ୍ତ କରି ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ବିଶ୍ୱନାଥପୁର ଥାନାଧିକାରୀ ସୂଚନା ଦେଇଛନ୍ତି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS