ଦାରିଙ୍ଗବାଡି ସରପଞ୍ଚଙ୍କ ପଦଚ୍ୟୁତ କଲେ କନ୍ଧମାଳ ଜିଲ୍ଲାପାଳ ।
ବାଲିଗୁଡା, -: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସରପଞ୍ଚ ଚନ୍ଦ୍ରିକା ମଲିକଙ୍କୁ ପଦଚ୍ୟୁତ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୨୩୩ ରେ ଜାରି ହୋଇଛି। ସରପଞ୍ଚ ପଦଚ୍ୟୁତ ହେବା ପରେ ପଞ୍ଚାୟତର ସମସ୍ତ ଦାୟିତ୍ବ ନାଏବ ନାଏବ ସରପଞ୍ଚଙ୍କୁ ହସ୍ତାନ୍ତର କରିବାକୁ ଆଦେଶରେ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ, ଗତ କିଛିଦିନ ହେବ ଦାରିଙ୍ଗବାଡ଼ି ପଞ୍ଚାୟତ ସଭାଗୃହରେ ସରପଞ୍ଚ ଚନ୍ଦ୍ରିକା ମଲିକଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ସ୍ବତନ୍ତ୍ର ବୈଠକ ହୋଇଥିଲା। ବୈଠକରେ ଗୁପ୍ତ ମତଦାନ ହୋଇଥିବା ବେଳେ ଅନାସ୍ଥା ସପକ୍ଷରେ ୧୫ ଜଣ ୱାର୍ଡ ସଭ୍ୟ ଭୋଟ ଦେଇଥିଲେ। ସରପଞ୍ଚଙ୍କୁ ମିଶାଇ ୫ ଜଣ ଏହାର ବିପକ୍ଷରେ ଭୋଟ ଦେଇଥିବା ବେଳେ ୨ ଜଣ ଓ୍ବାର୍ଡ ସଭ୍ୟ ଅନୁପସ୍ଥିତ ଥିଲେ। ମତଦାନ ପରେ ପ୍ରିଜାଇଡିଂ ଅଫିସର ତଥା ତହସିଲଦାର ଧୀରଜ ପାତ୍ର ମତଦାନ ସମ୍ପର୍କିତ ତଥ୍ୟ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏହାକୁ ଆଧାର କରି ଜିଲ୍ଲାପାଳ ଚନ୍ଦ୍ରିକା ମଲିକଙ୍କୁ ସରପଞ୍ଚ ପଦରୁ ପଦଚ୍ୟୁତ କରିଛନ୍ତି। ଏଥିସହ ପୂର୍ବତନ ସରପଞ୍ଚଙ୍କ ଠାରୁ ନାଏବ ସରପଞ୍ଚ ଦାୟିତ୍ଵ ଗ୍ରହଣ କରିବାକୁ ଆଦେଶରେ ଉଲ୍ଲେଖ ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment