BREAKING
Loading...
:

ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

 ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ।



ବାଲିଗୁଡା, -: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗଡ଼ ଥାନା ପକ୍ଷରୁ ପାବୁରିଆ ହାଇସ୍କୁଲ ସଭାଗୃହ ପରିସରରେ ନିଶାମୁକ୍ତ ଓଡିଶା ଅଭିଯାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସାରଙ୍ଗଡ଼ ଥାନା ଅଧିକାରୀଣୀ ସ୍ମିତା ଜେନା ଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସମଗ୍ର କନ୍ଧମାଳ ଜିଲ୍ଲାକୁ କିଭଳି ଭାବରେ ନିଶାମୁକ୍ତ ଜିଲ୍ଲା କରାଯାଇ ପାରିବ ସେନେଇ ସଚେତନତା ବାର୍ତା ଦେବା ସହ ନିଶା ଠୁ ଦୁରେଇ ରହିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଏଥିରେ ପାବୁରିଆ ହାଇସ୍କୁଲ ର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଥାନାରେ କାର୍ଯ୍ୟରତ ଏଏସଆଇ ଜି.ଗଣପତି ରେଡି, ଏସ ଆଇ ଅନିଲ୍ କୁମାର ପଲେଇ ଙ୍କ ସହ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ରହି ନିଶା ନିବାରଣ ଏବଂ ନିଶାମୁକ୍ତ ଓଡିଶା ଗଠନ ସମ୍ପର୍କ ରେ ଉଦ‌ବୋଧନ ଦେଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS