ଝୁଲଣ ଯାତ୍ରା ପାଇଁ ସଜେଇ ହୋଇଛି ବଡମ୍ବା ରାଜବାଟୀର ଝୁଲଣ ମଣ୍ଡପ ; ଝୁଲଣ କୁଞ୍ଜରେ ଝୁଲିବେ ରାଧାକୃଷ୍ଣ
ବଡମ୍ବା ରାଜବାଟୀ ପରିସରରେ ପୁଣି ଝଲସିବ ଅନନ୍ୟ କୃଷ୍ଣ ଲୀଳାର ପରମ୍ପରା । ଝୁଲଣ ଯାତ୍ରା ପାଇଁ ସଜେଇ ହୋଇଛି ରାଜବାଟୀ ଝୁଲଣ ମଣ୍ଡପ। ଝୁଲଣ କୁଞ୍ଜରେ ରାଧାକୃଷ୍ଣଙ୍କ ଦୋଳିଖେଳ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ। ଆଜିଠାରୁ ସାତ ଦିନ ଧରି ଝୁଲଣ ଯାତ୍ରାକୁ ନେଇ ଚଳଚଞ୍ଚଳ ହେବ ରାଜବାଟୀ ପରିସର।
ଶ୍ରାବଣ ଶୁକ୍ଳ ଦଶମୀରୁ ପ୍ରତିପଦା ପର୍ଯ୍ୟନ୍ତ ବଡମ୍ବା ରାଜବାଟୀ ଠାରେ ପାରମ୍ପରିକ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ । ସୁସଜ୍ଜିତ ଝୁଲଣ କୁଞ୍ଜରେ ରାଧାକୃଷ୍ଣ ଦୋଳି ଖେଳିବେ । ଝୁଲଣ କୁଞ୍ଜକୁ ଆକର୍ଷଣୀୟ କରିବା ପାଇଁ ଝାଲର, ଫୁଲ, , ଖମ୍ବ ଝାଲର ଓ ବାଙ୍କ ଝାଲରରେ ସଜାଯାଇଛି । ରଙ୍ଗବେରଙ୍ଗ ଆଲୋକମାଳା ସାଙ୍ଗକୁ ଜରି ଜମ୍ବୁରା କାମ କୁଞ୍ଜର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଛି ।
ସୋଲରେ ପ୍ରସ୍ତୁତ ଫୁଲ, କଦମ୍ବ ମାଳ ଓ ବିଭିନ୍ନ ପକ୍ଷୀଙ୍କ ମୂର୍ତ୍ତିରେ ଝଲସୁଛି ଝୁଲଣ କୁଞ୍ଜ । ଏହି ସମସ୍ତ ସାଜସଜ୍ଜା ଜଗନ୍ନାଥ ଭକ୍ତମଣ୍ଡଳୀ ସେବକ ମାନଙ୍କ ଦ୍ୱାରା ତିଆରି କରାଯାଇଛି । କୁଞ୍ଜ କାନନର ଏହି ସାଜସଜ୍ଜା ଭକ୍ତଙ୍କୁ ଏକ ନିଆରା ଆଧ୍ୟାତ୍ମିକ ଅନୁଭୂତି ଦେବ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment