BREAKING
Loading...
:

ଲାଞ୍ଜିଗଡ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା

 ଲାଞ୍ଜିଗଡ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା



ଦେଶ ସ୍ୱାଧୀନତାର ୮୦ବର୍ଷ ପରେବି ଖଟିଆରେ ବୁହା ହେଲେ ଗର୍ଭବତୀ l


ଲାଞ୍ଜିଗଡ଼ ,ଦେଶ ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ ଲାଞ୍ଜିଗଡ ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବଦଳିନି ଚିତ୍ର । ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଆଜିବି ଜରୁରୀ ସମୟରେ ଗାଁକୁ ପହଞ୍ଚିପାରୁନି ଆମ୍ବୁଲାନ୍ସ। ଫଳରେ ଗର୍ଭବତୀ ମହିଳାଙ୍କୁ ପ୍ରସବ ସମୟରେ ଭୋଗିବାକୁ ପଡ଼ୁଛି ଅସହ୍ୟ ଯନ୍ତ୍ରଣା । ଏହା ହେଉଛି ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡ଼ା ଗାଁର ମାଝୀ ପଡାର ବାସ୍ତବ ଚିତ୍ର l ସୂଚନା ଅନୁସାରେ ବାତେରପଡା ଗାଁର ମାଝୀ ପଡାର ଧନସିଂ ମାଝୀ ଙ୍କ ସ୍ତ୍ରୀ ଆଲିଙ୍ଗ ଦେଇ ମାଝୀ ଙ୍କୁ ବୋଡି ଭୋରରୁ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା l ଆମ୍ବୁଲାନସ ପହଞ୍ଚିବା ପୂର୍ବରୁ ଆଲିଙ୍ଗIଦେଇ ଘରେ ଏକ କନ୍ୟା ଜନ୍ମ ଦେଇଥିଲେ I ସକାଳେ ଆଶାକର୍ମୀ ସତ୍ୟଭାମା ବିଶୋଇ ଆଲିଙ୍ଗIଦେଇ ଘରକୁ ଯାଇ ସ୍ଵାସ୍ଥବସ୍ଥା ବୁଝିଥିଲେ ଏବଂ ଅଲିଙ୍ଗାଦେଇ ଅସୁସ୍ଥ ଅନୁଭବ କରିବାରୁ ଲାଞ୍ଜିଗଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପାଇଁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଥିଲା ହେଲେ ଗାଁର ମାଝୀ ପଡାକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇ ନ ପାରିଥିଲା ଯାହାଫଳରେ ବାତେରପଡା ଗାଁ ମାଝୀ ପଡାରୁ ହାରାହାରି ୪ଶହ ମିଟର ସାହୁପଡା ପର୍ଯ୍ୟନ୍ତ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିବା ବେଳେ ସେହିଠାରୁ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ତେଵେ ଏହି ଘଟଣା ଲାଞ୍ଜିଗଡ ଉପାନ୍ତ ଅଞ୍ଚଳ ପାଇଁ ନୂଆଁ ନୁହେଁ ବରଂ ଅନେକ ଥର ଗର୍ଭବତୀ ମହିଳା ବା ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେବା ଚିତ୍ର ସାମ୍ନାକୁ ଆସୁଛି କିନ୍ତୁ ଏବେ ଉକ୍ତ ଅଞ୍ଚଳର ଚିତ୍ର ବଦଳି ପାରୁନି l ତେଵେ ଗାଁକୁ ଯିବା ପାଇଁ ଥିବା ରାସ୍ତା ଅବସ୍ଥା ଏତେ ଦୟନୀୟ ଯେ ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁ ଭିତରକୁ ଯିବା ସମ୍ଭବ ହେଉନାହିଁ। ଗର୍ଭବତୀ ମହିଳାଙ୍କୁ ଚିକିତ୍ସାଳୟ ନେବା ପାଇଁ ପରିବାର ଲୋକଙ୍କୁ ଅନେକ ସମୟରେ ଖଟିଆ, ଦୋଳି କିମ୍ବା ଅନ୍ୟ ଉପାୟରେ ରାସ୍ତା ପର୍ଯ୍ୟନ୍ତ ବୋହି ଆଣିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ଜଣେ ଜନନୀଙ୍କ ଜୀବନ କେତେ ବିପଦପୂର୍ଣ୍ଣ, ତାହା ସହଜରେ ଅନୁମାନ କରାଯାଇପାରେ। ସରକାରଙ୍କ ପକ୍ଷରୁ ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ରହିଛି ଏବଂ ଆମ୍ବୁଲାନ୍ସ ସେବା ମଧ୍ୟ ଉପଲବ୍ଧ ରହିଛି। କିନ୍ତୁ ରାସ୍ତା ଯଦି ଗାଁ ପର୍ଯ୍ୟନ୍ତ ଯାଇପାରୁନି, ତେବେ ଏହି ସେବାର ସୁଫଳ ଲୋକଙ୍କ ପାଖରେ କିପରି ପହଞ୍ଚିବ ସେନେଇ ପ୍ରଶ୍ନ ଉଠିଛି। ବାତେରପଡ଼ା ଗାଁର ଲୋକେ ଦୀର୍ଘଦିନ ଧରି ଭଲ ରାସ୍ତା ପାଇଁ ଦାବି କରିଆସୁଥିବା କହିଛନ୍ତି। ତଥାପି ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ବର୍ଷା ଦିନରେ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ୁଥିବା ବେଳେ ଗର୍ଭବତୀ ମହିଳା, ବୃଦ୍ଧ ଓ ଗୁରୁତର ରୋଗୀଙ୍କ ପାଇଁ ଚିକିତ୍ସାଳୟ ପହଞ୍ଚିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ସରକାର ସ୍ୱାସ୍ଥ୍ୟ ସେବା ପାଇଁ ଯେତେ ଯୋଜନା କରନ୍ତୁ ନା କାହିଁକି, ଯଦି ଗାଁକୁ ଯିବା ପାଇଁ ରାସ୍ତା ନଥାଏ, ତେବେ ଜରୁରୀ ସ୍ୱାସ୍ଥ୍ୟ ସେବା ଲୋକଙ୍କ ପାଖରେ ପହଞ୍ଚିବ କିପରି ? ତେଵେ ଉପାନ୍ତ ଅଞ୍ଚଳର ଲୋକଙ୍କ ଜୀବନ ସହ ଜଡ଼ିତ ଏହି ସମସ୍ୟାକୁ ପ୍ରଶାସନ ଗୁରୁତ୍ୱର ସହ ନେଇ ତୁରନ୍ତ ରାସ୍ତା ନିର୍ମାଣ ସହ ନିରବଚ୍ଛିନ୍ନ ଆମ୍ବୁଲାନ୍ସ ସେବା ସୁନିଶ୍ଚିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS