ଅଶୋକ ନଗରରେ ଏ ବର୍ଷ 32ଫୁଟର ଗଣେଶ ମୂର୍ତ୍ତି
ବ୍ରହ୍ମପୁର :ଆସୁଛି ଗଣେଶ ପୂଜା । ପ୍ରତିବର୍ଷ ଭଳି ଏଥର ମଧ୍ୟ ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଆୟୋଜକମାନେ ନୂଆ ଢ଼ଙ୍ଗରେ ପୂଜା କରିବାକୁ ତତ୍ପର ହୋଇଛନ୍ତି। ଆଡ଼ମ୍ବର ଓ ଚାକଚକ୍ୟ ସହ ପୂଜାବିଧ, ସଂସ୍କୃତି ଓ ପରମ୍ପରାକୁ ଅଧୂକ ଗୁରୁତ୍ବ ଦେଇ ଚଳିତବର୍ଷ ଅଶୋକନଗର ଷଷ୍ଠ ଲାଇନ୍ରେ ଆୟୋଜନ ହୋଇଛି ଗଣେଶ ପୂଜା। ୩୨ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ହୋଇଥିବାବେଳେ କଳା, ସଂସ୍କୃତି ଓ ପରମ୍ପରାକୁ ଅଧୂକ ପ୍ରାଧାନ୍ୟ ଦିଆଯାଇଛି ବୋଲି ଆଜି ପୂଜା କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପୂଜା ଆୟୋଜକ ଏ.ହରି ପାତ୍ର ଓ ଏ.ସନ୍ତୋଷ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଦୀର୍ଘବର୍ଷ ହେଲା ପୂଜା ଆୟୋଜନ କରାଯାଉଛି । ଚଳିତବର୍ଷ ପୂଜାକୁ ଅଧୂକ ଆଡ଼ମ୍ବରପୂର୍ଣ କରିବା ପାଇଁ ଯୋଜନା କରାଯାଇ ପୂଜା କମିଟି ଘୋଷଣା କରାଯାଇଛି। ଉପଦେଷ୍ଟା ଅଛନ୍ତି ବିଶିଷ୍ଟ ଉଦ୍ଘୋଷକ ହୃଷୀକେଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ଓ ଅମ୍ବିକା ପ୍ରସାଦ ଦାଶ । କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣା ସଭାପତି ଥୂବାବେଳେ ଉପସଭାପତି ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ ଓ ଅଶୋକ କୁମାର ବ୍ରହ୍ମା, ସମ୍ପାଦକ ଏ.ଶିବରାମ ପାତ୍ର, ଯୁଗ୍ମ ସମ୍ପାଦକ ସାମ୍ବାଦିକ ଦେବହରି ବେହେରା ଓ ସମୀର କୁମାର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ପି.ସତ୍ୟନାରାୟଣ ଓ କିରଣ କୁମାର ସାହୁ, ସଂଯୋଜକ ଦାୟିତ୍ୱରେ ଅଛନ୍ତି ବ୍ୟବସାୟୀ ପ୍ରଭାକର ପାଢ଼ି। ମିଡିଆ ସେଲ୍ ମୁଖ୍ୟ ଭାବେ ସାମ୍ବାଦିକ ସୁଦୀପ କୁମାର ସାହୁଙ୍କୁ ମନୋନିତ କରାଯାଇଛି। କାର୍ଯ୍ୟକାରୀ କମିଟିରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରହିଛନ୍ତି। ଅଶୋକ ନଗରରେ ଚଳିତବର୍ଷ ୧୯ତମ ଗଣେଶ ପୂଜା ଆୟୋଜନ ହୋଇଛି। ଚଳିତବର୍ଷ ୩୨ ଫୁଟ ଉଚ୍ଚତାର ମୂର୍ତ୍ତି ହୋଇଥିବାବେଳେ ସ୍ଥାନୀୟ ମୂର୍ତ୍ତି କାରିଗରଙ୍କୁ ହିଁ ସୁଯୋଗ ଦିଆଯାଇଛି। ବ୍ରହ୍ମପୁରର ମୂର୍ତ୍ତିକାରିଗର ନିୟୋଜିତ ହୋଇଛନ୍ତି। ତାଙ୍କୁ ସହଯୋଗ କରୁଛନ୍ତି କଟକର କିଛି କାରିଗର। ଆସନ୍ତା ୮ ତାରିଖରେ ଶୁଭଖୁଣ୍ଟି ସ୍ଥାପନ ହେବ। ୧୪ ତାରିଖରେ ପୂଜା ଏବଂ ୨୫ ତାରିଖରେ କ୍ଷୀରାଭିଶେକ କରାଯାଉଛି। ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ସହ ଏଠାରେ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବ। ପ୍ରତ୍ୟେକଦିନ ପୂଜା ସହ ସନ୍ଧ୍ୟା ଆଳତି ସହ ପୂଜାବିଧି କରି ଭକ୍ତିମୟ ପରିବେଶ ସୃଷ୍ଟି କରାଯିବ। ଭକ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ ବ୍ୟବସ୍ଥା ହୋଇଛି। ସମାଜସେବାରେ ନିୟୋଜିତ ହେବାକୁ ଯୁବପିଢ଼ିଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶିବ ପାଢ଼ି, ଅମ୍ରିତରାଜ୍, ବିକ୍ରମ କୁମାର ଜେନା, ଶ୍ରୀଧର ସାହୁ, ସ୍ବାଧୀନ,ରାଜ, ବିକାଶ ପ୍ରଧାନ, କିରଣଙ୍କ ସହ ବହୁ ଯୁବକ ପୂଜା ପରିଚାଳନା ଦାୟିତ୍ବରେ ଅଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment