ହିନ୍ଦୋଳ ଉପଖଣ୍ଡ ର ବିଭିନ୍ନ ଅଞ୍ଚଳ ଲଗାଣ ବର୍ଷା ଯୋଗୁଁ ଜଳାର୍ଣ୍ଣବ। ରାସ୍ତା ଉପରେ ଜଳ ପ୍ରବାହିତ ହୋଇ ରାସ୍ତା କ୍ଷତିଗ୍ରସ୍ତ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ର ବିଭିନ୍ନ ଅଞ୍ଚଳ ବିଶେଷ କରି ନୂଆବଗ,ବାହାଲୁଣ୍ଡା,ଦୁଦୁରକୋଟ,ଭଗବାନପୁର,ଗଣ୍ଡାନାଳୀ,
ଜରଡା,ଠେଙ୍ଗା,ଛୋଟାପଡା,ବାଲିକିଆରି,ଆମ୍ବଲୁଣ୍ଡି, ଗୁଳୁଗୁଣ୍ଡି
କାରନ୍ଦା,ଗିରିଧରପ୍ରସାଦ,କୁକୁଟା,ଦୁଦୁରକୋଟ,ଚିତଲପୁର,ପୁରୁଣାକୋଟ୍,ଗୁଳେହି,କନ୍ତିମିଲି,ରାସୋଳ,ବାଙ୍କଟିଆ,ମର୍ଦ୍ଦରାଜ ପୁର ଆଦି ଅନେକ ସ୍ଥାନ ରୁ ଆସିଛି ଜଳ ତାଣ୍ଡବ ର ଭୟାନକ ଦୃଶ୍ୟ।ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା ବେଳେ ଅନେକ ସ୍ଥାନରେ ରାସ୍ତା ଘାଟ ଧୋଇ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି।ଗତ ୧୬ତାରିଖ ରାତି ରୁ ଆରମ୍ଭ ହୋଇ ଦୀର୍ଘ ଦଶ ଘଣ୍ଟା ର ଲଗାଣ ବର୍ଷା ରେ ବିଲବାଡ଼ି,ଘରଦ୍ଵାର,ବନ୍ଧ ପୋଖରୀ ସବୁ ଜଳମଗ୍ନ ହୋଇ ଯାଇଥିଲା। ଯୁଆଡେ ଚାହିଁବ ଖାଲି ଜଳ ହିଁ ଜଳ। ତେବେ ବର୍ତ୍ତମାନ ଦୁଇ ଦିନ ପରେ ମଧ୍ୟ ସ୍ଥିତି ସମ୍ପୂର୍ଣ୍ଣ ସାମାନ୍ୟ ହୋଇ ନଥିବା ବେଳେ ଯଥାଶୀଘ୍ର ରାସ୍ତା ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିବା ସହିତ ନିମ୍ନ ମାନର ରାସ୍ତା ନିର୍ମାଣ ଯୋଗୁ ରାସ୍ତା ଧୋଇ ହୋଇ ଯାଇଛି ବୋଲି କହି ନିଜର କ୍ଷୋଭ ପ୍ରକାଶ କରିଥିଲେ। ହିନ୍ଦୋଳ ରେ ଏପରି ସ୍ଥିତି ଆଗରୁ ପ୍ରାୟ ହୋଇ ନଥିବା ବେଳେ ମହାବାତ୍ୟା ସମୟ ର ସ୍ଥିତି ଠାରୁ ବି ଅଧିକ ଜଳପ୍ରବାହ ଦେଖିବାକୁ ମିଳିଥିଲା।ତେବେ ଧନଜୀବନ ହାନୀ ର କୌଣସି ସୂଚନା ନାହିଁ। ବନ୍ୟା ପରେ ପ୍ରଶାସନିକ ସ୍ତରରେ ଗାଁ ଗାଁ ରେ ସ୍ବାସ୍ଥ୍ୟ ସେବା ତଥା ପରିବେଶ ସ୍ବଚ୍ଛତା କୁ ନେଇ କୌଣସି ଆବଶ୍ୟକୀୟ ପଦକ୍ଷେପ ନିଆ ଯାଇ ନଥିବା ବେଳେ ତୁରନ୍ତ ଜନସ୍ବାର୍ଥ କୁ ଆଖି ଆଗରେ ରଖି ଏଭଳି ବନ୍ୟାସ୍ଥିତି କୁ ଲୋକ ମାନେ କିପରି ସାମ୍ନା କରିବେ ସେଥି ପାଇଁ ସରକାରୀ ସ୍ତରରେ ସଚେତନତା ପୂର୍ବକ ସତର୍କ କରିବା ଉଚିତ ହେବ ବୋଲି ଗ୍ରାମବାସୀ ମାନେ ମତ ଦିଅନ୍ତି।
ପ୍ରକାଶ ଥାଉ କି ସାପୁଆ ନଦୀ ରେ ଚଳିତ ବର୍ଷ ଆଷାଢ଼ ମାସର ଦ୍ଵିତୀୟ ଲଘୁଚାପ ଜନିତ ବର୍ଷାରେ ନଦୀ ବଢ଼ି ଆସିବାରୁ ଏପରି ସ୍ଥିତି ଉପୁଜିଛି ବୋଲି ଲୋକ ମାନେ କହୁ ଥିବାର ଶୁଣିବାକୁ ମିଳୁଛି।ସାପୁଆ ନଦୀ ରେ ବଢ଼ି ଆସିବାରୁ ଛଦେଶ ଅଞ୍ଚଳ ରେ ବ୍ୟାପକ କ୍ଷୟକ୍ଷତି ହେବାସହ ଅନେକ ଗାଁ ଜଳବନ୍ଦୀ ରେ ଏବେ ବି ଅଛନ୍ତି ତେବେ ପ୍ରଶାସନିକ ସ୍ତରରେ କୌଣସି ରିଲିଫ ସାମଗ୍ରୀ ବଣ୍ଟନ କରାଯାଇ ନାହିଁ ଅବା ରନ୍ଧା ଖାଦ୍ୟ ଦିଆ ଯାଇ ନାହିଁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment